ମନ୍ଦିରରେ ୧୪୪ ଧାରା ଯୋଗୁ ଘରେ ପାଳୁଛନ୍ତି ସାବିତ୍ରୀ ବ୍ରତ

Advertisment
ମନ୍ଦିରରେ ୧୪୪ ଧାରା ଯୋଗୁ ଘରେ ପାଳୁଛନ୍ତି ସାବିତ୍ରୀ ବ୍ରତ

ଯାଜପୁର: ଆଜି ହେଉଛି ସାବିତ୍ରୀ ବ୍ରତ। ମହିଳାମାନେ ସ୍ୱାମୀଙ୍କ ଉନ୍ନତି ଓ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରୁଥିବା ବେଳେ ଚଳିତ ବର୍ଷ ଘରେ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ। ଏହି ଦିନ ମହିଳାମାନେ ବିିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି।

publive-image

ଯାଜପୁର ଜିଲ୍ଲାର ପ୍ରମୁଖ ମା ବିରଜା ମନ୍ଦିର, ବରାହ ମନ୍ଦିର, ଜଗନ୍ନାଥ ମନ୍ଦିର ଆଦି ଗୁଡ଼ିକରେ ପ୍ରଶାସନ କଟକଣା କରିଥିବାରୁ ମନ୍ଦିରପରିସର ଖାଁ ଖାଁ ରହିଛି। ମହିଳାମାନେ ମନ୍ଦିର ଯାଇପାରୁନଥିବାରୁ ଘରେ ଘରେ ଚଳିତ ବର୍ଷ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଗାଁର ମହିଳାମାନେ ଏକତ୍ରିତ ହୋଇ ଗାଁ ମନ୍ଦିର ଓ ଘରେ ବ୍ରତ ପାଳନ କରିଛନ୍ତି। ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର ଓ ଫଳମୂଳ ନେଇ ମହିଳାମାନେ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି। ଅନ୍ୟ ପଟେ କୋଭିଡ କଟକଣା ରହିଥିବାରୁ ପ୍ରଶାସନର ନିଷ୍ପତ୍ତିକୁ ମହିଳାମାନେ ସ୍ୱାଗତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe