କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ପାଟକୁରା ବିଧାସଭା ଆସନ ନିମନ୍ତେ ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ବିଧାୟକ ଥିବା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ସାବତ୍ରୀ ଅଗ୍ରୱାଲ ଆଜି ରିଟର୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ଆସନର ପ୍ରାର୍ଥୀ ଶଶିଭୂଷଣ ବେହେରା, ଝିଅ ମଧୁମିତା, ପୁଅ ସଂଜୟ ଅଗ୍ରୱାଲ, ପୂର୍ବତନ ପୌରଉପାଧ୍ୟକ୍ଷା ରୋସନା ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ସାବିତ୍ରୀ ୪ ଥାକିଆ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ତାଙ୍କ ସଂକ୍ଷିପ୍ତ ଉତ୍ତରରେ କହିଥିଲେ, ପାଟକୁରାବାସୀଙ୍କ ପାଇଁ ରହିଥିବା ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ସେ ପୂରା କରିବେ। ପୁଅ ସଂଜୟ ତାଙ୍କ ପ୍ରତିକ୍ରିୟରେ କହିଛନ୍ତି, ତାଙ୍କ ମା’ ପ୍ରତ୍ୟକ୍ଷ ରାଜନୀତିରେ ନ ଥିଲେ ସୁଦ୍ଧା କର୍ମୀମାନଙ୍କ ସହ ସିଧାସଳଖ ସମ୍ପର୍କ ରକ୍ଷା କରୁଥିଲେ ଓ ସେ ବାପାଙ୍କ ଛାୟା ହୋଇ ସବୁ କାମ କରୁଥିଲେ । ତେଣୁ ତାଙ୍କୁ ଦଳର ସାଂଗଠନିକ କାମ ତୁଲାଇବାରେ କୌଣସି ସମସ୍ୟା ହେବ ନାହିଁ । ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କ ଶିବିରରୁ କେବଳ ଅନୁକମ୍ପା ଗୋଟାଇବାକୁ ସାବିତ୍ରୀଙ୍କୁ ପ୍ରାର୍ଥୀ କରାଯାଇଥିବା ବକ୍ତବ୍ୟ ଉପରେ ସଂଜୟ କହିଥିଲେ, ‘‘ଆମେ କଦାପି ଅନୁକମ୍ପା ଗୋଟାଇବାକୁ ଯାଉ ନାହୁଁ । ବରଂ ବିଜୟଙ୍କ ପାଇଁ ଅନୁକମ୍ପା ସମସ୍ୟା ରହିଛି । ୧୯ ବର୍ଷ ହେଲା ବିଧାନସଭାକୁ ଯାଇ ପାରି ନଥିବାରୁ ତାଙ୍କୁ ଶେଷ ସୁଯୋଗ ଦେବା ପାଇଁ ଅନୁକମ୍ପା ଭିକ୍ଷା କରୁଛନ୍ତି ବିଜୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ବିଗତ ୧୦ ବର୍ଷ ମଧ୍ୟରେ ପାଟକୁରା ଅଂଚଳର ରାସ୍ତାଘାଟ, ପୋଲ ଓ ଅନ୍ୟାନ୍ୟ ବିକାଶ ସବୁ ଯାହା ହୋଇଛି, ତାହା ବେଦୁବାବୁଙ୍କ ଅମଳରେ ହିଁ ହୋଇଛି । ଏହା ପାଟକୁରାବାସୀ ଭଲ ଭାବେ ଜାଣନ୍ତି । ସେମାନଙ୍କ ଭଲ ପାଇବାରେ ବିରୋଧୀ ଶିବିର ଭୟଭୀତ ହୋଇ ଏପରି ବୟାନ ଦେଉଛନ୍ତି’’ ବୋଲି ସଂଜୟ କହିଛନ୍ତି।
ପାଟକୁରାରୁ ନିର୍ବାବିଜେଡିରୁ ସାବିତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲଚନ ଲଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜୟ ମହାପାତ୍ରଙ୍କ ଆହ୍ବାନ
Advertisment
Follow Us