ସବୁଜ ପତ୍ରିକାଧାରୀଙ୍କ ବିକ୍ଷୋଭ

Advertisment
ସବୁଜ ପତ୍ରିକାଧାରୀଙ୍କ ବିକ୍ଷୋଭ

ଭୁବନେଶ୍ବର : ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ସବୁଜ ପତ୍ରିକାଧାରୀ ସଂଘ ପକ୍ଷରୁ ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ସଭାପତି ସୁର ଜେନାଙ୍କ ନେତୃତ୍ବରେ ସବୁଜ ପତ୍ରିକାଧାରୀ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ। ସଂଘର ଦାବିଗୁଡ଼ିକ ହେଲା, ସବୁଜ ପତ୍ରିକାଧାରୀଙ୍କୁ ମାସିକ ୧ହଜାର ଟଙ୍କା ପେନସନ୍‌ ପ୍ରଦାନ, ସବୁଜ ପତ୍ରିକାରେ ଉଲ୍ଲେଖ ଥିବା ସମସ୍ତ ପ୍ରତିଶ୍ରୁତିଗୁଡ଼ିକୁ ଲାଗୁ କରିବା ପାଇଁ ଦିଆଯାଇଥିବା ନିର୍ଦେଶକୁ କାର୍ଯ୍ୟକାରୀ, ସମସ୍ତ ସବୁଜ ପତ୍ରିକାଧାରୀଙ୍କୁ ମୋ’ କୁଡ଼ିଆ’ ମୋ’ ଡିହ ଯୋଜନାରେ ସାମିଲ କରିବା, ମଧୁବାବୁ ପେନସନ୍‌ ଯୋଜନା ଓ ବିଜୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା ସହ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା, ସରକାରୀ/ବେସରକାରୀ ନିଯୁକ୍ତିରେ ୧୦ ପ୍ରତିଶତ ସ୍ଥାନ ସବୁଜ ପତ୍ରିକାଧାରୀଙ୍କ ପାଇଁ ସଂରକ୍ଷିତ ରଖିବା, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ନିଃସନ୍ତାନ ହୋଇଥିବା ସବୁଜ ପତ୍ରିକାଧାରୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ, ୨୦୧୨ ନଭେମ୍ବର ମାସରୁ ସବୁଜ ପତ୍ରିକା ନ ଦେବା ପାଇଁ ଜାରି ହୋଇଥିବା ନିର୍ଦେଶନାମାକୁ ପ୍ରତ୍ୟାହାର, ସବୁଜ ପତ୍ରିକାଧାରୀଙ୍କୁ ପରିଚୟପତ୍ର ପ୍ରଦାନ ଇତ୍ୟାଦି। ବିକ୍ଷୋଭରେ ଅବନ୍ତୀ ପ୍ରଧାନ, ରୀତା ସେଠୀ, ଜିନ୍‌ମୟୀ ସାହାଣୀ, ସର୍ବେଶ୍ବର ମାର୍ଥା ଓ ଦେବାଶିଷ ଘୋଷ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe