ମାଓନେତା ସବ୍ୟସାଚୀ ୬ ମାମଲାରେ ହାଜର

Advertisment
ମାଓନେତା ସବ୍ୟସାଚୀ ୬ ମାମଲାରେ ହାଜର

ଭଞ୍ଜନଗର : ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଅଣାଯାଇ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରା ଯାଇଥିଲା। ବଡ଼ଗଡ଼ରେ ବୋମା ବିସ୍ଫୋରଣ ଓ ଶାନ୍ତିନଗର ଅଞ୍ଚଳରେ ଟାୱାର ପୋଡ଼ି ସମେତ ମୋଟ ୬ଟି ମାମଲାରେ ସେ ହାଜର ହୋଇଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ ମହଲତ ସା’ଙ୍କ ଉପସ୍ଥିତିରେ ଢେଙ୍କାନାଳ ଅତିରିକ୍ତ ଏସପି ତଥା ତତ୍କାଳୀନ ଆସିକା ଏସଡିପିଓ ବିଜୟ କୁମାର କାମିଲା ବିଭିନ୍ନ ମାମଲାରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଏମ.ତାଜ ଆଦେନୀ, ସୁଶାନ୍ତ କୁମାର ତିଆଡ଼ି, ବିମ୍ବାଧର ଷଡ଼ଙ୍ଗୀ, ସୁରେନ୍ଦ୍ର ପଣ୍ଡା ଏବଂ ସବ୍ୟସାଚୀଙ୍କ ପକ୍ଷରୁ ସମୀର ନାୟକ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe