ମୁମ୍ବାଇ ଫେରନ୍ତା ଯୁବତୀଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସବ୍ୟସାଚୀ, ସୁନ୍ଦରଗଡ଼ ଯିବାର ବ୍ୟବସ୍ଥା କଲେ

Advertisment

ଝାଡ଼ଖଣ୍ଡରୁ ଆସୁଥିବା ଲୋକଙ୍କ ସହାୟତା କାମରେ ଲାଗଛନ୍ତି ସବ୍ୟସାଚୀ

ଝାଡ଼ଖଣ୍ଡରୁ ଆସୁଥିବା ଲୋକଙ୍କ ସହାୟତା କାମରେ ଲାଗଛନ୍ତି ସବ୍ୟସାଚୀ

ମୁମ୍ବାଇ ଫେରନ୍ତା ଯୁବତୀଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସବ୍ୟସାଚୀ, ସୁନ୍ଦରଗଡ଼ ଯିବାର ବ୍ୟବସ୍ଥା କଲେ

ଭୁବନେଶ୍ବର: ସଟଡାଉନର ପ୍ରଥମ ଦିନରେ କିଭଳି ସଙ୍କଟ ବଢିଛି ତାର ଏକ ଚିତ୍ର ଆଜି ଦେଖିବାକୁ ମିଳିଛି । ରାଜଧାନୀ ରାସ୍ତାରେ ବସି ରହିଥିବା ଜଣେ ଯୁବତୀ ସୁନ୍ଦରଗଡ଼ ଯିବାକୁ ଚାହୁଁଥିଲେ । ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଭୋର ପ୍ରାୟ ସାଢେ ୪ଟାରେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚବା ପରେ ଘରକୁ ଯିବା ପାଇଁ ଆଉ ଗାଡ଼ି ପାଇନଥିଲେ । ଦୁଇ ଦିନିଆ ସଟଡାଉନ ଘୋଷଣା ନେଇ ତାଙ୍କ ପାଖରେ ଖବର ନ ଥିଲା । ଚାଲିଚାଲି ବରମୁଣ୍ଡା ବସଷ୍ଟାଣ୍ଡ ଯିବା ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା ।

ସେପଟେ, ରସୁଲଗଡ଼ ବସଷ୍ଟାଣ୍ଡରେ ପୁଲିସ ଯୁବତୀଙ୍କୁ ବସାଇଥିବାବେଳେ କନକ ନ୍ୟୁଜର ପ୍ରତିନିଧିଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଆଉ ପାଖକୁ ଯାଇ ପଚାରିବାରୁ ଜଣାପଡ଼ିଲା ଟ୍ରେନରେ ଆସିଲା ବେଳେ ତାଙ୍କ ମୋବାଇଲ ଫୋନ୍ ଓ ପର୍ସ କେହି ଚୋରି କରିନେଇଛି । ପରିବାର ସହ ଯୋଗାଯୋଗ କରିପାରି ନାହାନ୍ତି । ତାଙ୍କର ବାପା ନ ଥିବା ବେଳେ ଘରେ କେବଳ ମାଆ ଅଛନ୍ତି । ତେଣୁ ଏହି ବିପଦ ସମୟରେ ତାଙ୍କୁ କିଏ ସହାୟତା କରିବ । ନିରୁପାୟ ହୋଇ କେବଳ ରାଜଧାନୀ ରାସ୍ତାରେ ବସି ରହିଥିଲେ ।

ବଡ଼ କଥା ହେଉଛି, କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ସହାୟତା କରିବା ପାଇଁ  ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ରସୁଲଗଡ଼ରେ ପହଞ୍ଚିଥିଲେ । କରୋନା କାଳରେ ଫସିରହିଥିବା ପ୍ରବାସୀଙ୍କୁ ବାରମ୍ବାର ସହାୟତା କରି ଆସୁଥିବା ସବ୍ୟସାଚୀ ଏହି ଯୁବତୀଙ୍କୁ ତୁରନ୍ତ ସହାୟତା ପାଇଁ ଧାଇଁ ଆସିଥିଲେ । ତାଙ୍କୁ ଖାଇବା, ପିଇବାକୁ ଦେବା ସହିତ ସୁନ୍ଦରଗଡ଼ ଯିବା ପାଇଁ ବନ୍ଦୋବସ୍ତ କରିଥିଲେ । ଏହାପରେ ସବ୍ୟସାଚୀ କୋଭିଡ କଣ୍ଟ୍ରୋଲ ରୁମରେ ବରିଷ୍ଠ ଆଇଏଏସ ଅମିତାଭ ଠାକୁରଙ୍କ ସହ କଥା ହୋଇ ସୁନ୍ଦରଗଡ଼ ଯିବାକୁ ଥିବା ବସରେ ଯୁବତୀଙ୍କୁ ପଠାଇ ଦେବାପାଇଁ ବରମୁଣ୍ଡା ନେଇଥିଲେ ।

ସେ ଏବେ ଝାଡ଼ଖଣ୍ଡରୁ ଆସୁଥିବା ଏକ ଟିମକୁ ନିଜ ନିଜ ଅଞ୍ଚଳରେ ପହଞ୍ଚାଇବା କାମରେ ଲାଗଛନ୍ତି ବୋଲି ଅଭିନେତା ସବ୍ୟସାଚୀ ମିଶ୍ର ସମ୍ବାଦ ଡଟ୍ ଇନକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe