ସଚିନ ତେନ୍ଦୁଲକରଙ୍କ ଭଲିବଲ ପ୍ରେମ, ଓଡ଼ିଆ ଷ୍ଟାର ଖେଳାଳିଙ୍କୁ କଲେ ପ୍ରଶଂସା

Advertisment
ସଚିନ ତେନ୍ଦୁଲକରଙ୍କ ଭଲିବଲ ପ୍ରେମ, ଓଡ଼ିଆ ଷ୍ଟାର ଖେଳାଳିଙ୍କୁ କଲେ ପ୍ରଶଂସା

ମୁମ୍ବାଇ: ବିଶ୍ୱ ପ୍ରସିଦ୍ଧ ଖେଳାଳି ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଓଡ଼ିଶାର ଷ୍ଟାର ମହିଳା ଭଲିବଲ ଖେଳାଳି ସିରିସା କର୍ମୀଙ୍କ ପ୍ରଦର୍ଶନକୁ ବହୁ ପ୍ରଶଂସା କରିଛନ୍ତି। ଏକ ଟୁଇଟରେ ସଚିନ କହିଛନ୍ତି, ସିରିସାର ସ୍ୱପ୍ନ ତା’ର ମା’, ଗ୍ରାମ, ରାଜ୍ୟ ଓ ସର୍ବୋପରି ଭାରତ ପାଇଁ ଆଦର୍ଶ ହେବ। ତୁମ ପାଇଁ ଆମେ ଗର୍ବିତ ।

ୟୁନିସେଫ ଦ୍ୱାରା ପୋଷ୍ଟ ହୋଇଥିବା ଏକ  ‘ୟୁ ଟ୍ୟୁବ୍‌’ ଭିଡ଼ିଓରେ ୧୬ ବର୍ଷୀୟ ସିରିସା କର୍ମୀ କହିଛନ୍ତି, ଓଡ଼ିଶାର ଅନ୍ୟତମ ପଛୁଆ ଜିଲ୍ଲା ମାଲକାନଗିରିର କାଲିମେଳା ବ୍ଲକରେ ମୋର ଘର। ମୋ ମା’ ଏକ ସ୍କୁଲରେ ରୋଷେଇ କରନ୍ତି। ପିତା ନ ଥିବା ଏକ ଛୋଟ ପରିବାର ମୁଁ ସଦସ୍ୟା। ମୋ ପାଇଁ ମା’ ବହୁ କଷ୍ଟ କରୁଛନ୍ତି। ତାକୁ ସମର୍ଥନ ଦେବା ସହିତ ମୁଁ ଖେଳୁଛି। ଏହା ଦ୍ୱାରା ମୋ ମା’ ସାମାନ୍ୟ ଆସ୍ୱସ୍ତି ଅନୁଭବ କରୁଛନ୍ତି ।’

ନିକଟରେ ଏକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ସିରିସା କହିଛନ୍ତି, ଓଡ଼ିଶାରୁ ପ୍ରତିନିଧିତ୍ୱ କରି ମୁଁ, ଖୁସି ଅନୁଭବ କରୁଛି। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ୧୨ଟି ରାଜ୍ୟରୁ ଦଳ ଭାଗ ନେଇଛନ୍ତି। ଅନେକ ଖେଳାଳିଙ୍କ ସହ ଦେଖା ହୋଇଥିବାରୁ ବହୁ ଶିକ୍ଷା ଓ ଖେଳ ସମ୍ବନ୍ଧିତ ଜ୍ଞାନ ମିଳିପାରୁଛି। ଜୀବନରେ ଭଲ ପ୍ରଦର୍ଶନ କରି ଗାଁ, ଜିଲ୍ଳା ଓ ରାଜ୍ୟ ପାଇଁ ଗୌରବ ଆଣିବା ମୋର ଲକ୍ଷ୍ୟ। ଏ ବର୍ଷ ମୁଁ ଭାରତୀୟ ଭଲିବଲ ଶିବିରରେ ଭାଗ ନେଇଛି। ମତେ ଆହୁରି ଅଭ୍ୟାସ କରିବାର ଅଛି। ମୁଁ ଦେଶ ପାଇଁ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ବୋଲି କୁହନ୍ତି ସିରିସା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe