ନେତୃତ୍ୱବିହୀନ ସଚିବାଳୟ ସେବା ସଂଘ, ସଂଘର ପଞ୍ଜୀକରଣ ପ୍ରତ୍ୟାହାର ପାଇଁ ଗୃହ ବିଭାଗ ବିଚାର କରୁଛି!

ଗୋଷ୍ଠୀ ବିବାଦ ଯୋଗୁଁ ୫ ମାସ ହେଲା ନିର୍ବାଚନ ହୋଇପାରିନି

ସଚିବାଳୟରେ ସେକ୍ସନ୍‌ ଅଫିସର୍‌ ପଦୋନ୍ନତି ପାଇଁ ବାଟଫିଟିଲା

The Tutors Academy

ଭୁବନେଶ୍ବର : ସର୍ବପୁରାତନ କର୍ମଚାରୀ ସଂଘ ସଚିବାଳୟ ସେବା ସଂଘ ଏବେ ଅଚଳ ହୋଇପଡ଼ିଛି। ଲୋକସେବା ଭବନ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଲଢ଼ୁଥିବା ସଂଘର ଏପରି ଅବସ୍ଥା ଦେଖି ଖୋଦ ସରକାରୀ କର୍ମଚାରୀ ଓ ଅଧିକାରୀ ଏବେ ମୁଣ୍ଡରେ ହାତ ଦେଲେଣି। ଗତ ଜୁଲାଇରୁ ବର୍ତ୍ତମାନର ସଭାପତି ଓ ସାଧାରଣ ସମ୍ପାଦକଙ୍କ କାର୍ଯ୍ୟକାଳ ପୂରିଗଲାଣି। ୫ ମାସ ବିତିଥିଲେ ବି ସଂଘର ନିର୍ବାଚନ ହୋଇନି। ଏଥିପାଇଁ ଗୋଷ୍ଠୀ ବିବାଦ ଦାୟୀ ବୋଲି ଅଭିଯୋଗ ହେଉଛି। ସବୁ ଜାଣି ବି ଗୃହ ବିଭାଗ ଚୁପ୍ ବସିଛି। ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୬ ମସିହା ନିର୍ଦ୍ଦେଶାବଳୀ ଅନୁଯାୟୀ ସଂଘର ପଞ୍ଜୀକରଣ ପ୍ରତ୍ୟାହାର ପାଇଁ ଗୃହ ବିଭାଗ ବିଚାର କରୁଥିବା ଜଣାପଡ଼ିଛି।

୨୦୧୭ରେ ଶେଷଥର ପାଇଁ ସଚିବାଳୟ ସେବା ସଂଘର ନିର୍ବାଚନ ହୋଇଥିଲା। ନିର୍ବାଚିତ ପ୍ରତିନିଧି ତଥା ସଭାପତି ଓ ସାଧାରଣ ସମ୍ପାଦକଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇ ମାସରୁ ପୂରି ଗଲାଣି। ସଂଘର ନିୟମ ଅନୁଯାୟୀ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ପୂରିବା ପରେ ସାନି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା କଥା। କିନ୍ତୁ ଦୁଇବର୍ଷ ତଳେ ନିର୍ବାଚିତ ହୋଇଥିବା ପ୍ରତିନିଧି ପଦ ଛାଡ଼ୁନାହାନ୍ତି କି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରୁନଥିବା ଅଭିଯୋଗ ହେଉଛି। ଅନ୍ୟପଟେ କର୍ମଚାରୀଙ୍କ ମହଙ୍ଗାଭତ୍ତା, ବକେୟା ଦରମା, ଘରଭଡ଼ା ଭତ୍ତା, ଦୈନିକ ଭତ୍ତା, ନଗର ଭତ୍ତା, ଯାତାୟତ ଭତ୍ତା ପରି ବିଭିନ୍ନ ଦାବି ସମ୍ପର୍କରେ ସଂଘ କୌଣସି ପ୍ରକାର ସ୍ବର ଉଠାଉନାହିଁ। କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂଘ ଯେପରି ଆଗରୁ ତତ୍ପରତା ଦେଖାଉଥିଲା ସେପରି ଆଉ ଦେଖିବାକୁ ମିଳୁନି। ନୂଆକରି ଏଏସଓ ପଦବିରେ ଯୋଗଦେଇଥିବା କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ୍ ଦାବି ମଧ୍ୟ ସଂଘ ପକ୍ଷରୁ କରାଯାଉନି। ନେତାମାନେ ଏପରି ଅଚଳାବସ୍ଥା ଦୂର କରିବା ପାଇଁ କୌଣସି ଆଗ୍ରହ ନ ଦେଖାଇବାରୁ ଗତ ଅକ୍ଟୋବରରେ ୧୨୦୦ ସାଧାରଣ ସଭ୍ୟ ସଂଘ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଗୃହ ବିଭାଗ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସଂଘର ନିର୍ବାଚନ ଅକ୍ଟୋବର ଶେଷସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଗୃହ ବିଭାଗ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିନି। ସଂଘର ପାଣ୍ଠି ଓ ତାର ଦୁରୁପଯୋଗ ଏହି ବିବାଦର ଅନ୍ୟ ଏକ ମୂଳ କାରଣ ବୋଲି ଅଭିଯୋଗ ହେଉଛି। ଏବେ ସଂଘ ନେତୃତ୍ବ ବିହୀନ ହୋଇପଡ଼ିଛି। ସେବା ସଂଘର କାର୍ଯ୍ୟାଳୟରେ ତାଲା ଝୁଲି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe