ସଦର ବିଜେପିର ‘ହର ଘର ତ୍ରିରଙ୍ଗା’ ପଦଯାତ୍ରା

Advertisment

ଅମର ଯବାନଙ୍କ ଉଦ୍ଦେଶ୍ୟରେ ୫୦୦ ଫୁଟ୍‌ର ବିଶାଳ ତ୍ରିରଙ୍ଗା ସମର୍ପିତ       

ଅମର ଯବାନଙ୍କ ଉଦ୍ଦେଶ୍ୟରେ ୫୦୦ ଫୁଟ୍‌ର ବିଶାଳ ତ୍ରିରଙ୍ଗା ସମର୍ପିତ       

ସଦର ବିଜେପିର ‘ହର ଘର ତ୍ରିରଙ୍ଗା’ ପଦଯାତ୍ରା

ବାଲେଶ୍ବର: ସାରା ଭାରତବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହି ଅବସରରେ ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ହର ଘର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସଦର ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ। ବର୍ଷାକୁ ଖାତିର ନକରି ଦେଶପ୍ରେମୀ ବନ୍ଧୁମାନେ ୫୦୦ ଫୁଟ୍‌ର ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରା ସହରର ସିନେମା ଛକରୁ ଆରମ୍ଭ ହୋଇ ବିବେକାନନ୍ଦ ମାର୍ଗ, କଚେରୀ ରୋଡ, ଫାଣ୍ତି ଛକ, ଫକୀରମୋହନ ଗୋଲେଇ, ଷ୍ଟେସନ ଛକ ଦେଇ ଷ୍ଟେସନରେ ଶେଷ ହୋଇଥିଲା। ଷ୍ଟେସନରେ ଦିବଙ୍ଗତ ବିଧାୟକ ମଙ୍ଗୁ ଭାଇଙ୍କ ପ୍ରଚେଷ୍ଟାରେ ହୋଇଥିବା ଅହୋରାତ୍ର ତ୍ରିରଙ୍ଗା ପତାକା ତଳେ ସମସ୍ତେ ସାମୂହିକ ବନ୍ଦେ ମାତରମ ଗାନ କରିଥିଲେ। ଦିବଙ୍ଗତ ବିଧାୟକଙ୍କ ଜନ୍ମଜୟନ୍ତୀରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ସମସ୍ତେ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ସହ ଅଭିଯାନକୁ ସଫଳ କରିବା ପାଇଁ ଶ୍ରୀ ଦତ୍ତ ନିବେଦନ କରିଥିଲେ।

publive-image

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ବିଶ୍ବାଳ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ବାଇଁ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୋର ମ୍ୟୁନିସିପାଲିଟି ଅଧ୍ୟକ୍ଷ ମାଧବ ଧଡା, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଦୁକୁଲ ଘଡେଇ, ଆଇନଜୀବୀ ବୈଲୋଚନ ଦାଶ, କାଉନସିଲର ରୋଜାଲିନ୍‌ ପାଣି, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ପ୍ରବୀର ଶଙ୍କର ଦାଶ, ଚନ୍ଦ୍ର ଶେଖର ନନ୍ଦ, ମିହିର ପାଣି, ଉମେଶ ବେହେରା, ବଳରାମ ପାତ୍ର, ବିକାଶ ପାଢୀ, ରାଜେନ୍ଦ୍ର ଚାଟାର୍ଜୀ, ପବନ କମିଳା, ଦୁର୍ଗା ପ୍ରଧାନ, ସୌଭାଗ୍ୟମାନସ ନାୟକ, ହରେନ୍ଦ୍ର ପ୍ରଧାନ, ବିବେକାନନ୍ଦ ରାଉତ, ଅନନ୍ତ ଚାନ୍ଦ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ସୁସ୍ମିତା ସୁକ୍ଳା, ସୁସ୍ମିତା ପଣ୍ତା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ତା, ତରୁଲତା ମହାନ୍ତି, ମାନସ ସାହୁ, ମନ୍ମଥ ପାତ୍ର, ଜୀବନ ପାଣି, ଗଣେଶ ସେନ, ସଞ୍ଜୀବ ପ୍ରଧାନ, ସେଖ ହଲିମ, ସୁଶାନ୍ତ ବର୍ଦ୍ଧନ, ଅଭୟ ସ୍ବାଇଁ, ଦିଲ୍ଲୀପ ଦାସ, ଶକ୍ତିଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe