ମାଟିକୁ ବଞ୍ଚାଇବା ପାଇଁ ସଦ୍‌ଗୁରୁଙ୍କ ୧oo ଦିନିଆ ମୋଟରସାଇକେଲ ଯାତ୍ରା

Advertisment
ମାଟିକୁ ବଞ୍ଚାଇବା ପାଇଁ ସଦ୍‌ଗୁରୁଙ୍କ ୧oo ଦିନିଆ ମୋଟରସାଇକେଲ ଯାତ୍ରା

ଭୁବନେଶ୍ବର : ଯୁଗଦ୍ରଷ୍ଟା ସଦ୍‌ଗୁରୁ ମାଟିକୁ ବଞ୍ଚାଇବା ଲାଗି ଲଣ୍ଡନର ପ୍ରସିଦ୍ଧ ଟ୍ରାଫାଲଗର ସ୍କୋୟାରରୁ ଶହେ ଦିନିଆ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ସଦ୍‌ଗୁରୁ ବ୍ରିଟେନରୁ ଆରମ୍ଭକରି, ୟୁରୋପ, ମିଡିଲ ଇଷ୍ଟ ଏବଂ ଭାରତ ସମେତ ୨୭ଟି ଦେଶ ଦେଇ ୩୦ ହଜାୀ କିଲୋମିଟର ମୋଟର ସାଇକେଲରେ ଯାତ୍ରା କରିବେ। ଏହି ଅବସରରେ ସେ ବିଶ୍ବସ୍ତରୀୟ ନେତା, ଗଣମାଧ୍ୟମ ଏବଂ ଅଗ୍ରଣୀ ବିଶେଷଜ୍ଞଙ୍କ ସହିତ ସାକ୍ଷାତ କରିବେ।

ଏହି ଅଭିଯାନକୁ ବିଶ୍ବସ୍ତରୀୟ ନେତୃବୃନ୍ଦ ଯଥା ପ୍ରଖ୍ୟାତ ସଂରକ୍ଷଣବାଦୀ ଡକ୍ଟର ଜେନ ଗୁଡାଲ, ବୌଦ୍ଧ ଧର୍ମ ଗୁରୁ ଦଲାଇ ଲାମା ଏବଂ ବିଶ୍ୱ ଅର୍ଥନୈତିକ ଫୋରମର କାର୍ଯ୍ୟନିର୍ବାହୀ, ଚେୟାରମ୍ୟାନ୍ କ୍ଲାଉସ୍ ସ୍ବାବ ସମର୍ଥନ ଜଣାଇଛନ୍ତି। ଏହି ଅଭିଯାନରେ ମାର୍କ ବେନିଫ୍ (ସେଲ୍‌ଫୋର୍ସ), ଦୀପକ ଚୋପ୍ରା, ଟନି ରବିନ୍ସ, ମ୍ୟାଥ୍ୟୁ ହେଡେନ, କ୍ରିସ ଗେଲ, ଜୁହି ଚାୱଲା ଏବଂ ସଞ୍ଜୀବ ସାନିଆଲଙ୍କ ସହିତ ଅନେକ ନାମୀଦାମୀ ସେଲିବ୍ରିଟି କଳାକାର, କ୍ରୀଡାବିତ, କର୍ପୋରେଟ ମୁଖ୍ୟ ଏବଂ ବିଶେଷଜ୍ଞମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ସପ୍ତାହ ଛଅଟି କାରିବିଆନ୍ ଦେଶ ମାଟି ବଞ୍ଚାଅ ଅଭିଯାନ ପ୍ରତି ଅହେତୁକ ପ୍ରତିବଦ୍ଧତାର ଅଭିବ୍ୟକ୍ତି କରି ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe