ଆଉ ଅଛନ୍ତି ତ ସାଧବବୋହୂ!

Advertisment
ଆଉ ଅଛନ୍ତି ତ ସାଧବବୋହୂ!

ବୌଦ୍ଧ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୌଦ୍ଧ ଜିଲ୍ଲାର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଚଳିତବର୍ଷର ତାପମାତ୍ରା ପୂର୍ବ ବର୍ଷମାନଙ୍କ ରେକର୍ଡ ଅତିକ୍ରମ କରିଛି। କିଛିବର୍ଷ ହେଲା ଠିକଣା ସମୟରେ ବର୍ଷା ବି ହେଉନାହିଁ। ବିଳମ୍ବିତ ମୌସୁମୀ ଯୋଗୁଁ ୨୦୨୧ରେ ଚାଷ ଏକ ମାସ ଡେରି ହୋଇଥିଲା। ଚଳିତ ବର୍ଷ ମଧ୍ୟ ଚାଷକାମ ଏକ ମାସ ଡେରିରେ ଚାଲିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ କିସମର ଧାନ ବିହନ ଲୁପ୍ତ ହୋଇ ସାରିଲାଣି। କେବଳ ଚାଷ ନୁହେଁ ଏଥିପାଇଁ ଜୀବ ଜଗତ ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଉଛି। ପୂର୍ବରୁ ବୌଦ୍ଧରେ ହଜାର ହଜାର ଘରଚଟିଆ ​ବସବାସ କରୁଥିଲେ। ଏବେ ବୌଦ୍ଧ ସହରରେ ସେମାନଙ୍କ ଦେଖାମିଳୁନି। ସେହିପରି ପହିଲି ଆଷାଢ଼ରେ ଦେଖା ଯାଉଥିବା ସାଧବବୋହୂ ମଧ୍ୟ ଆଉ ଦେଖାଯାଉ ନାହାନ୍ତି।

publive-image YouTube

ବର୍ଷାରେ ମାଟି ଓ ବାୟୁ ମଣ୍ଡଳ ଥଣ୍ଡା ହେବା ପରେ ଗାଁ ଗଣ୍ଡାର ଚାଷ ଜମିରେ ଅନେକ ସାଧବବୋହୂ ଦେଖା ଯାଉଥିଲେ। ସାଧବବୋହୂ ​ଦେଖା ଦେଲେ ସେ ବର୍ଷ ଭଲ ବର୍ଷା ହେବାର ସୂଚନା ଦିଏ ବୋଲି ଚାଷୀଙ୍କ ବିଶ୍ବାସ ରହିଛି। ଏବେ ପୂର୍ବ ଭଳି ବର୍ଷା ହେଉ ନାହିଁ। ବାୟୁ ମଣ୍ଡଳ ମଧ୍ୟ ଉତ୍ତପ୍ତ ରହୁଛି। ସାଧବବୋହୂ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ। ମାଟିରେ ମିଶି ରହିଥିବା ଅଣ୍ଡା ବର୍ଷା ଜଳ ଓ ଅନୁକୂଳ ତାପମାତ୍ରାରେ ମିଳିଲେ ଛୁଆ ବାହାରେ। ହେଲେ ଠିକ୍‌ ସମୟରେ ଅନୁକୂଳ ପରିବେଶର ଅଭାବ ଯୋଗୁଁ ଏମାନଙ୍କ ବଂଶ ବିସ୍ତାର ହୋଇ ପାରୁନାହିଁ। ଏମାନେ ବର୍ଷକୁ ଥରେ ଅଣ୍ଡା ଦେବା ମଧ୍ୟ ବିଲୁପ୍ତ ହେବାର ଅନ୍ୟ କାରଣ।

publive-image Wikimedia Commons

ସାଧବ ବୋହୂ ଓଡ଼ିଆ ସାହିତ୍ୟ ଓ ପରମ୍ପରା ସହ ଜଡ଼ିତ। ସଧବା ଧରଣୀର ମଥାର ସିନ୍ଦୂର ଟିପ ଭାବରେ ଏହାକୁ ବର୍ଣ୍ଣନା କରାଯାଏ। ତା’ର ଆକର୍ଷଣୀୟ ରଙ୍ଗ ଓ ଆକୃତିକୁ ନେଇ ଅନେକ କବିତା ସୃଷ୍ଟି ହୋଇଛି। ଅତୀତ ଓଡ଼ିଶାର ସମୃଦ୍ଧ ବ୍ୟବସାୟର ପ୍ରତୀକ ହେଉଛନ୍ତି ସାଧବ। ସୁନ୍ଦରତା ଯୋଗୁଁ ସାଧବବୋହୂ ନାମରେ ପରିଚିତି ରହିଛି। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ମୃତ ସାଧବବୋହୂକୁ ଖରାରେ ଶୁଖାଇ ଛତିଶଗଡ଼ ରାଜ୍ୟର ଲୋକେ ଏକ ତୈଳ ତିଆରି କରନ୍ତି। ଯାହା ପକ୍ଷାଘାତ ରୋଗ ପାଇଁ ଧନ୍ବନ୍ତରୀ ଔଷଧ ଭାବରେ ବିବେଚନା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe