ସାତକୋଶିଆକୁ ଆସିଲା ସଫାରି ଗାଡ଼ି: ଅଭୟାରଣ୍ୟରେ ବୁଲିବା ସହ ବନ୍ୟପ୍ରାଣୀଙ୍କୁ ନିକଟରୁ ଦେଖିପାରିବେ ପର୍ଯ୍ୟଟକ

Advertisment
ସାତକୋଶିଆକୁ ଆସିଲା ସଫାରି ଗାଡ଼ି: ଅଭୟାରଣ୍ୟରେ ବୁଲିବା ସହ ବନ୍ୟପ୍ରାଣୀଙ୍କୁ ନିକଟରୁ ଦେଖିପାରିବେ ପର୍ଯ୍ୟଟକ

ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ୧୫ ଦିନ ହେଲା ସଫାରି ଗାଡ଼ି ଆସିଲାଣି। ଏହି ଗାଡ଼ିରେ ବସି ପର୍ଯ୍ୟଟକମାନେ ଅଭୟାରଣ୍ୟରେ ବୁଲି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବନ୍ୟପ୍ରାଣୀଙ୍କୁ ନିକଟରୁ ଦେଖିପାରିବେ।

ସୂଚନା ଯୋଗ୍ୟ, ମହାନଦୀର ସାତକୋଶବ୍ୟାପୀ ଗଣ୍ଡକୁ ଲାଗି ଏହି ଅଭୟାରଣ୍ୟ ଅବସ୍ଥିତ। ଘଞ୍ଚ ଜଙ୍ଗଲ, ଆକାଶଛୁଆଁ ପାହାଡ଼, ଜୈବ ବିବିଧତାକୁ ନେଇ ସାତକୋଶିଆ ଯେଭଳି ସୁନ୍ଦର, ସେଭଳି ଦୁର୍ଗମ। ଦେଶ, ବିଦେଶରୁ ଏଠାକୁ ବହୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ସଫାରି ଗାଡ଼ି ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ଏଠାରେ ବୁଲିପାରୁନଥିଲେ। ତେବେ ୧୫ ଦିନ ହେଲା ସାତକୋଶିଆକୁ ୪ଟି ସଫାରି ଭ୍ୟାନ୍‌ ଅଣାଯାଇଛି। ପରିବହନ ବିଭାଗରେ ଏଗୁଡ଼ିକର ପଞ୍ଜୀକରଣ ହୋଇନାହିଁ। ଏହି ଗାଡ଼ିରେ ବସି ପର୍ଯ୍ୟଟକମାନେ ଅଭୟାରଣ୍ୟର କେଉଁ କେଉଁ ଅଞ୍ଚଳ ବୁଲିପାରିବେ, ଏଥିପାଇଁ କେତେଟଙ୍କା ଦେବାକୁ ପଡ଼ିବ, ତାହାମଧ୍ୟ ନିଷ୍ପତ୍ତି ହୋଇନାହିଁ। ଏହି ସମସ୍ୟାର ସମାଧାନ ହୋଇଗଲେ ସାତକୋଶିଆରେ ସଫାରି ବୁଲିବ ବୋଲି ଡିଏଫ୍‌ଓ ସରୋଜ ପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe