Advertisment

Vikas Manthan: ବିକଶିତ ଓଡ଼ିଶା ପାଇଁ ସୁରକ୍ଷା-ଭିତ୍ତିକ ପ୍ରଗତିର ରୂପରେଖ ପ୍ରସ୍ତୁତ

Advertisment

ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର ଇଣ୍ଡିଗ୍ରେଟେଡ ଡେଭେଲପମେଣ୍ଟ (ଓସିଆଇଡି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ବିକାଶ ମନ୍ଥନ ୧.୦–ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ର ଦ୍ୱିତୀୟ ଦିବସ, ‘ସୁରକ୍ଷିତ ଓଡ଼ିଶା’ ଶୀର୍ଷକ ପୂର୍ଣ୍ଣାଙ୍ଗ ଅଧିବେଶନ ସହିତ ଆରମ୍ଭ ହୋଇଥିଲା।

ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର ଇଣ୍ଡିଗ୍ରେଟେଡ ଡେଭେଲପମେଣ୍ଟ (ଓସିଆଇଡି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ବିକାଶ ମନ୍ଥନ ୧.୦–ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ର ଦ୍ୱିତୀୟ ଦିବସ, ‘ସୁରକ୍ଷିତ ଓଡ଼ିଶା’ ଶୀର୍ଷକ ପୂର୍ଣ୍ଣାଙ୍ଗ ଅଧିବେଶନ ସହିତ ଆରମ୍ଭ ହୋଇଥିଲା।

hemanta

ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର ଇଣ୍ଡିଗ୍ରେଟେଡ ଡେଭେଲପମେଣ୍ଟ (ଓସିଆଇଡି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ବିକାଶ ମନ୍ଥନ ୧.୦–ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ର ଦ୍ୱିତୀୟ ଦିବସ, ‘ସୁରକ୍ଷିତ ଓଡ଼ିଶା’ ଶୀର୍ଷକ ପୂର୍ଣ୍ଣାଙ୍ଗ ଅଧିବେଶନ ସହିତ ଆରମ୍ଭ ହୋଇଥିଲା। ଏହି ଅବସରରେ ବରିଷ୍ଠ ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନେ ଏକ ସୁରକ୍ଷିତ, ସ୍ଥିତିସ୍ଥାପକ (ରେଜିଲିଏଣ୍ଟ) ଭବିଷ୍ୟତ ପାଇଁ ପ୍ରସ୍ତୁତ ରାଜ୍ୟ ଗଠନର ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ‘ବିକଶିତ ଓଡ଼ିଶା’ର ସଂକଳ୍ପକୁ ସାକାର କରିବା ପାଇଁ ଅଭିବୃଦ୍ଧି ସହିତ ସୁରକ୍ଷା ବ୍ୟବସ୍ଥାକୁ ସମନ୍ୱିତ କରିବା ସରକାରଙ୍କର ମୁଖ୍ୟ ଆଭିମୁଖ୍ୟ ବୋଲି ଏହି ଅଧିବେଶନରେ ଦର୍ଶାଯାଇଥିଲା।

ଏହି ଆଲୋଚନା ମୁଖ୍ୟତଃ ପାଞ୍ଚଟି ରଣନୈତିକ ପ୍ରସଙ୍ଗ ଉପରେ ଆଧାରିତ ଥିଲା— ବିକଶିତ ଓଡ଼ିଶା ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଶାସନର ସୁଦୃଢ଼ୀକରଣ, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ଥାୟୀ ଭିତ୍ତିଭୂମି, ଶକ୍ତି ଏବଂ ସ୍ଥାୟୀ ବିକାଶ, ଆର୍ଥିକ ଶୃଙ୍ଖଳା ଓ ଅଭିନବ ପୁଞ୍ଜି ବିନିଯୋଗ, ସ୍ଥାୟୀ ଖଣିଜ ଉତ୍ତୋଳନ ଓ ଧାତବ ଶିଳ୍ପ। 

ଏହି ପ୍ରସଙ୍ଗଗୁଡ଼ିକ ଉପରେ ଏକ ସମନ୍ୱିତ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୀତି ପ୍ରଣୟନ ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବତନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ଦ୍ୱାରା ଅଧିବେଶନଟି ସଂଚାଳିତ ହୋଇଥିବାବେଳେ ଜେଏନୟୁ ର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍‌ର ପ୍ରଫେସର ନଳିନ କୁମାର ମହାପାତ୍ର ସହ-ସଂଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ଅଧିବେଶନରେ ପାଞ୍ଚଟି ବିଷୟବସ୍ତୁ ଉପରେ ଉପସ୍ଥାପନା କରାଯାଇଥିଲା।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମତ ରଖିଥିଲେ ଯେ, ‘ସମୃଦ୍ଧ ଓଡ଼ିଶା’ର ମାର୍ଗ ‘ସୁରକ୍ଷିତ ଓଡ଼ିଶା’ ଦେଇ ଗତି କରିଥାଏ। ସାମାଜିକ ସଂହତି ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ‘ସଂସ୍କୃତି’ ଆଭ୍ୟନ୍ତରୀଣ ସୁରକ୍ଷାର ପ୍ରଥମ ସୀମା ଗଠନ କରେ। ସେ ଦର୍ଶାଇଥିଲେ ଯେ, ଦୃଢ଼ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ,ନିବେଶ, ଅଭିବୃଦ୍ଧି ଏବଂ ଜମି, ଶ୍ରମ, ପୁଞ୍ଜି ଓ ପ୍ରଯୁକ୍ତିବିଦ୍ୟାର ଦକ୍ଷ ସମନ୍ୱୟ ପାଇଁ ଏକ ସ୍ଥିର ପରିବେଶ ସୃଷ୍ଟି କରିଥାଏ ଏବଂ ଆର୍ଥିକ ଦୃଷ୍ଟିରୁ ଓଡ଼ିଶା କିପରି ଅଗ୍ରସର ହେବ ସେ ଦିଗରେ ମଧ୍ୟ ଆଲୋଚନା କରିଥିଲେ।

ଅଧିବେଶନର ଆଲୋଚନା ଅନୁଯାୟୀ, ଦ୍ରୁତ ବିକାଶ ପାଇଁ ଜମି, ଶ୍ରମ, ପୁଞ୍ଜି ଏବଂ ପ୍ରଯୁକ୍ତିବିଦ୍ୟାର ସଠିକ ବିନିଯୋଗ ନିମନ୍ତେ ଏକ ସୁଦୃଢ଼ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଅପରିହାର୍ଯ୍ୟ। ବର୍ତ୍ତମାନର ଡିଜିଟାଲ୍ ଶାସନ ବ୍ୟବସ୍ଥାରେ ‘ସାଇବର ସୁରକ୍ଷା’ର ଗୁରୁତ୍ୱ ଦିନକୁ ଦିନ ବଢ଼ୁଥିବାରୁ, ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସହିତ ବ୍ୟାପକ ସଚେତନତା ଏବଂ ପ୍ରତିଷ୍ଠାନିକ ପ୍ରସ୍ତୁତି ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।

ଆହୁରି ପଢ଼ନ୍ତୁ: Sivsena: ‘ସାମ୍‌ନା’ ସମ୍ପାଦକୀୟରେ କେଜ୍ରିୱାଲ ଦୋଷମୁକ୍ତ ହେବା ରାଜ‌ନୈତିକ ପ୍ରତିଶୋଧପରାୟଣ ଉପରେ ଶକ୍ତ ଚାପୁଡ଼ା

ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା, ସ୍ୱଚ୍ଛ ଓ ସ୍ଥାୟୀ ଶକ୍ତି ଉତ୍ସକୁ ପ୍ରୋତ୍ସାହନ ଦେବା, ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ସହ ନୂତନ ଆର୍ଥିକ ମାଧ୍ୟମର ଉପଯୋଗ ଏବଂ ଦାୟିତ୍ୱବାନ ଖଣିଜ ସମ୍ପଦ ଉପଯୋଗ ଉପରେ ଆଲୋକପାତ କରାଯାଇଥିଲା। ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ସହିତ ସମ୍ପଦର ସଠିକ ପରିଚାଳନା ଏବଂ ସ୍ଥିତିସ୍ଥାପକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଏଠାରେ ଏକମତ ପ୍ରକାଶ ପାଇଥିଲା।

ଏହି ଅଧିବେଶନରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶର୍ମାଙ୍କ ସହିତ  ଶକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ବଜେଟ୍ ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ( ଓଏସଡିଏମଏ)ର ପରିଚାଳନା ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ଖଣି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା  ନିଜ ନିଜର ଉପସ୍ଥାପନା ରଖିଥିଲେ।

ଆହୁରି ପଢ଼ନ୍ତୁ: Amir Prediction: ପାକିସ୍ତାନ ଯାଉ ନ ଯାଉ, ଭାରତ ସେମିକୁ ଯିବନି : ଆମୀର

‘ସୁରକ୍ଷିତ ଓଡ଼ିଶା’ ଅଧିବେଶନ ଏକ ସୁରକ୍ଷା-ଭିତ୍ତିକ ବିକାଶର ମୂଳଦୁଆ ସ୍ଥାପନ କରିଛି। ‘ବିକଶିତ ଭାରତ ୨୦୪୭’ ସହିତ ସମତାଳରେ ‘ବିକଶିତ ଓଡ଼ିଶା ୨୦୩୬’ ର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ନିଜର ପ୍ରତିଷ୍ଠାନିକ ଦକ୍ଷତା ବୃଦ୍ଧି ଏବଂ ସୁଦୃଢ଼ ବ୍ୟବସ୍ଥା ଗଠନ ପାଇଁ ପୁନର୍ବାର ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe