ଟୋଲ୍‌ ପ୍ଲାଜାରେ ଆରମ୍ଭ ହେଲା ଏଡ୍‌ସ ସଚେତନତା

Advertisment
ପରିବହନ କ୍ଷେତ୍ରରେ ଆସିବ ପରିବର୍ତ୍ତନ: ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍‌ ପ୍ଲାଜାରେ ଲାଗୁ ହେବ ନୂଆ ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟରେ ଏଚ୍‌ଆଇଭି/ଏଡ୍‌ସକୁ ମୁକ୍ତ କରିବା ଲକ୍ଷ୍ୟ ନେଇ ଶନିବାରଠାରୁ ରାଜ୍ୟରେ ଥିବା ଟୋଲ ପ୍ଲାଜାଗୁଡ଼ିକରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାରେ ଥିବା ୩ଟି ଟୋଲ ପ୍ଲାଜାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ନାକୋ ଓ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଭିନ୍ନ ଟୋଲ ପ୍ଲାଜା ଦେଇ ଦିନକୁ ଶହ ଶହ ଟ୍ରକ୍‌ ଯାତାୟାତ କରୁଥିବାରୁ ଏହି ଟୋଲ ପ୍ଲାଜାଗୁଡ଼ିକରେ ଏଚ୍‌ଆଇଭି/ଏଡ୍‌ସ ସମ୍ବନ୍ଧୀୟ ସୂଚନାପତ୍ର ବଣ୍ଟନ କରାଯାଇଛି। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନାପତ୍ର ଯୋଗାଇ ଦିଆଯାଇଛି।

ଓସାକ୍ସ ପକ୍ଷରୁ ରାଜ୍ୟର ୩୭୭ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚ୍‌ଆଇଭି ପରାମର୍ଶର୍ ଓ ରକ୍ତ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏହି ସେବା ଉପଲବ୍ଧ ହେଉଛି। ୪୦ଟି ସ୍ଥାନରେ ଏସ୍‌ଟିଆଇ କେନ୍ଦ୍ର, ୧୫ଟି ଏଆର୍‌ଟି କେନ୍ଦ୍ର, ୫୩ଟି ଏନ୍‌ଜିଓ ଓ ୭ଟି ଜିଲ୍ଲା ନିୟନ୍ତ୍ରଣ କେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ସେବା ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe