ସଂସଦରେ ଉଠିବ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା, ସାଂସଦ ସପ୍ତଗିରି ଉଲାକା କହିଲେ- ଦେଶର ସୁରକ୍ଷା ପ୍ରତି ବିପଦ

Advertisment
ସଂସଦରେ ଉଠିବ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା, ସାଂସଦ ସପ୍ତଗିରି ଉଲାକା କହିଲେ- ଦେଶର ସୁରକ୍ଷା ପ୍ରତି ବିପଦ

ରାୟଗଡ଼ା/ଜୟପୁର: ଭାରତ ପରିଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂପର୍କରେ କୌଣସି ସୂଚନା ରହୁନି। ଯାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାରେ ଢ଼ିଲା, ସନ୍ଦେହଜନକ ମୃତ୍ୟୁକୁ ନେଇ ସଂସଦରେ ଉଠିବ ପ୍ରସଙ୍ଗ। ଭାରତ ସରକାରଙ୍କ ଅବହେଳାରୁ ଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଲା ବୋଲି ଆଜି ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା।

ସପ୍ତଗିରି କହିଛନ୍ତି, ହୋଟେଲ୍ ଛାତରୁ ପଡ଼ି ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ପା‌ୱେଲ୍ ଆନ୍ଥେଭ ଋଷର ସାଂସଦ ଥିଲେ। ଅନ୍ୟ ଦେଶର ଜଣେ ସାଂସଦ ଭାରତ ପରିଭ୍ରମଣରେ ଆସିଥିବା ବେଳେ ଦେଶର ଗୁଇନ୍ଦା ସଂସ୍ଥା କିପରି ଏ ସଂପର୍କରେ ଜାଣି ପାରିଲା ନାହିଁ। ଅନ୍ୟପକ୍ଷରେ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ଅନ୍ଧାରରେ ଥିଲେ। ଆନ୍ଥେଭ ନିଜ ସହଯୋଗୀ ବିଦାନୋଭାଙ୍କ ମାଓ ପ୍ରଭାବିତ କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ବୁଲୁଥିବା ବେଳେ କିପରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଗଲା ନାହିଁ।

publive-image

ଏ ସଂପର୍କରେ ପୁଲିସ୍ ନିକଟରେ କୌଣସି ସୂଚନା ନଥିବା ବେଳେ ଘଟଣା ଘଟିବା ପରେ ପୁଲିସ୍ ତତ୍ପର ହୋଇଥିଲା। ମୃତ୍ୟୁ ପରେ ମଧ୍ୟ ଆନ୍ଥେଭ ସାଂସଦ ଥିବା ନେଇ କେହି ଜାଣିପାରିନଥିଲେ। ପୁଟିନ୍ ବିରୋଧୀକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେବା ପରେ ରାଜ୍ୟ ପୁଲିସ୍, ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଥିଲା। କିନ୍ତୁ ପୁଲିସ୍ ପ୍ରଶାସନ ଜାଣିବା ବେଳକୁ ଆନ୍ଥେଭଙ୍କ ଶବ ବ୍ୟବ‌ଚ୍ଛେଦ ସହ ଅନ୍ତିମ ସଂସ୍କାର ଶେଷ ‌ହୋଇ ଯାଇଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୋତିବା ବଦଳରେ ଆନ୍ଥେଭଙ୍କୁ ପୋଡା ଯାଇଥିବା ବେଳେ ତଦନ୍ତ ପାଇଁ ଭିସେରା ମଧ୍ୟ ସଂଗ୍ରହ କରାଯାଇନାହିଁ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଂସଦ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ଭ୍ରମଣରେ ଆସିଥିବା ଆନ୍ଥେଭ ଓ ତାଙ୍କ ବନ୍ଧୁ ବ୍ଲାଡିମିର୍ ବିଦାନୋଭା ରାୟଗଡ଼ାର ଏକ ହୋଟେଲରେ ଗୋଟିଏ ରୁମରେ ରହୁଥିଲେ। ୨୨ ତାରିଖ ପୂର୍ବାହଣରେ ବ୍ଲାଡିମିର୍ ବିଦାନୋଭା ହୃଦଘାତରେ ପ୍ରାଣ ହରାଇଥିଲେ। ୨୪ ତାରିଖ ସଂଧ୍ୟାରେ  ପାୱେଲ୍ ଆନ୍ଥେଭ ହୋଟେଲରୁ ୩ ମହଲା ଛାତରୁ ପଡ଼ି ମୃତ୍ୟୁବରଣ କରିଥିବା ପୁଲିସ୍ ସୂଚନା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe