‘ମିସେସ୍‌ ଇଣ୍ଡିଆ ଗ୍ଲୋବାଲ-୨୦୨୨’ ପ୍ରତିଯୋଗିତାରେ ବାଜି ମାରିଲେ ଓଡ଼ିଆ ଝିଅ ସାଗରିକା

‘ମିସେସ୍‌ ଇଣ୍ଡିଆ ଗ୍ଲୋବାଲ-୨୦୨୨’ ପ୍ରତିଯୋଗିତାରେ ବାଜି ମାରିଲେ ଓଡ଼ିଆ ଝିଅ ସାଗରିକା

ଭୁବନେଶ୍ବର: ‘ମିସେସ୍‌ ଇଣ୍ଡିଆ ଗ୍ଲୋବାଲ-୨୦୨୨’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସାଗରିକା ପଣ୍ଡା ବାଜି ମାରିଛନ୍ତି। କେରଳର କୋଚିସ୍ଥିତ ଲେମେରିଡିଆନ୍‌ ହୋଟେଲରେ  ଚଳିତ ଅଗଷ୍ଟ ୧ ତାରିଖରେ ଆୟୋଜିତ  ଜାତୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଫାଇନାଲ ରାଉଣ୍ଡରେ ୧୧ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ତେବେ ସାଗରିକା ୧୦ ଜଣଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାରେ ସଫଳତା ହାସଲ କର ମିସେସ୍ ଇଣ୍ଡିଆ ମୁକୁଟ ଜିତିଛନ୍ତି।

publive-image

୩୯ ବର୍ଷୀୟ ସାଗରିକା ପଣ୍ଡା ଭୁବନେଶ୍ବରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ର ଓ କ୍ୟାପିଟାଲ ହାଇସ୍କୁଲରେ ସାଗରିକା ପାଠ ପଢ଼ିଥିଲେ। ପରେ ରମାଦେବୀ କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଏନ୍‌ସିସିରେ ଯୋଗ ଦେଇଥିଲେ ସେ । ସାଗରିକା ଫ୍ୟାସନ ଓ ଲାଇଫ୍‌ ଷ୍ଟାଇଲ୍‌ରେ ରୁଚି ରଖନ୍ତି। ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ ଓ ୟୁଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ବେଶ୍ ସକ୍ରିୟ ।

ଗତବର୍ଷ ଦୁବାଇରେ ଅନୁଷ୍ଠିତ ମିସ୍‌ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍‌ରେ ସାଗରିକା ଅଂଶଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ନିବାସୀ ତଥା ଶ୍ରୀମତୀ ପଣ୍ଡାଙ୍କ ସ୍ବାମୀ ‌ଈଶାନ ମହାପାତ୍ର ଭାରତୀୟ ନୌସେନାରେ କାର୍ଯ୍ୟରତ ଏବଂ କୋଚିରେ ମୁତୟନ ଅଛନ୍ତି। ସାଗରିକା ଦୁଇ ୨ କନ୍ୟାସନ୍ତାନର ଜନନୀ ହୋଇଥିବା ବେଳେ ‌ନେଭି ଚିଲଡ୍ରେନ୍‌ ସ୍କୁଲରେ ୯ ବର୍ଷ ଶିକ୍ଷକତା କରିଛନ୍ତି।  ତାଙ୍କର ମା’ ଏବେ ଭୁବନେଶ୍ବରର ନାଗେଶ୍ବରଟାଙ୍ଗିରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe