୪୧ ବର୍ଷ ପରେ ଘରକୁ ଫେରିଲେ ସନ୍ନ୍ୟାସୀ

୪୧ ବର୍ଷ ପରେ ଘରକୁ ଫେରିଲେ ସନ୍ନ୍ୟାସୀ

ଆନନ୍ଦପୁର: ଅଲେଖ ମହିମା ଧର୍ମରେ ଦୀକ୍ଷିତ ହେବା ପରେ ୪୧ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ରହୁଥିବା ସନ୍ନ୍ୟାସୀ ଭୀମସେନ ବେହେରା ଘରକୁ ଫେରିଛନ୍ତି। ଘସିପୁରା ବ୍ଲକ୍‌ ଦେଓଗାଁ ନିକଟସ୍ଥ ତରାଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ହାରାମଣି ବେହେରାଙ୍କ ପୁଅ ଭୀମସେନ ୪୧ ବର୍ଷ ପୂର୍ବେ ଗୁରୁ ରଘୁନାଥ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ଧର୍ମରେ ଦୀକ୍ଷିତ ହୋଇଥିଲେ। ଯୋରନ୍ଦା ଗାଦିକୁ ଚାଲି ଯାଇଥିଲେ।

ଶନିବାର ସାଧୁସନ୍ଥଙ୍କୁ ଧରି ସେ ଗ୍ରାମରେ ପହଞ୍ଚି ନିଜ ଘରେ ଅଖଣ୍ଡ ଦୀପ ଜାଳିଥିଲେ। ଯୋରନ୍ଦା ଗାଦିରୁ ଆସିଥିବା ଅନ୍ତର୍ଯ୍ୟାମୀ ବାବା, କାଶିନାଥ ବାବା, ପ୍ରଫୁଲ୍ଲ ବାବା, ସୁକଦେବ ବାବା, ରୁଦ୍ରମଣି ବାବା, ଆକୁଳି ବାବା, ଭାବ ବାବା, ସ୍ୱାଧୀନ ବାବା, ଅନାମ ବାବା, ପ୍ରଭାକର ବାବା ପ୍ରମୁଖ ଧର୍ମସଭା ଓ ଅଖଣ୍ଡ ସଂକୀର୍ତ୍ତନ କରିଥିଲେ। ଆଜି ସକାଳୁ ନିଜଘରୁ ଭିକ୍ଷା ମାଗିବା ପରେ ପୁଣିଥରେ ସେ ଯୋରନ୍ଦା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଅନନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe