ସାହାଣୀ କପ୍‌: ସମ୍ବଲପୁର, ନବରଙ୍ଗପୁରର ବଡ଼ ବିଜୟ

Advertisment

ଓଡ଼ିଶାର ୪ଟି ଜୋନ୍‌ରେ ଏକକାଳୀନ ଚାଲିଥିବା ୬୪ତମ ବରିଷ୍ଠ ପୁରୁଷ ଫୁଟବଲ୍ ପ୍ରତିଯୋଗିତା ‘ସାହାଣୀ କପ୍‌’ର ତୃତୀୟ ଦିବସରେ ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ, ଝାରସୁଗୁଡ଼ା, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ନବରଙ୍ଗପୁର, ଭୁବନେଶ୍ବର ବିଜୟୀ ହୋଇଛନ୍ତି।

ଓଡ଼ିଶାର ୪ଟି ଜୋନ୍‌ରେ ଏକକାଳୀନ ଚାଲିଥିବା ୬୪ତମ ବରିଷ୍ଠ ପୁରୁଷ ଫୁଟବଲ୍ ପ୍ରତିଯୋଗିତା ‘ସାହାଣୀ କପ୍‌’ର ତୃତୀୟ ଦିବସରେ ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ, ଝାରସୁଗୁଡ଼ା, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ନବରଙ୍ଗପୁର, ଭୁବନେଶ୍ବର ବିଜୟୀ ହୋଇଛନ୍ତି।

gdjdgjgdjgdj

କଟକ/ବୌଦ୍ଧ/ବ୍ରହ୍ମପୁର: ଓଡ଼ିଶାର ୪ଟି ଜୋନ୍‌ରେ ଏକକାଳୀନ ଚାଲିଥିବା ୬୪ତମ ବରିଷ୍ଠ ପୁରୁଷ ଫୁଟବଲ୍ ପ୍ରତିଯୋଗିତା ‘ସାହାଣୀ କପ୍‌’ର ତୃତୀୟ ଦିବସରେ ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ, ଝାରସୁଗୁଡ଼ା, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ନବରଙ୍ଗପୁର, ଭୁବନେଶ୍ବର ବିଜୟୀ ହୋଇଛନ୍ତି। ବୌଦ୍ଧ ‌ଜୋନ୍‌ରେ ସମ୍ବଲପୁର ୯-୦ ଗୋଲ୍‌ରେ ନୂଆପଡ଼ାକୁ ହରାଇ ବଡ଼ ବିଜୟ ହାସଲ କରିଛି। ପ୍ରଶାନ୍ତ ଓରାମ୍ ଓ ରଂଜନ ମୁଣ୍ଡା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ବିଜୁ ଓରାମ୍ ୨ଟି ଏବଂ ବଣ୍ଟି ମୁଣ୍ଡା ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ବିଜୁ ଓରାମ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌ରେ ବଲାଙ୍ଗୀର ୪-୦ ଗୋଲ୍‌ରେ ବୌଦ୍ଧକୁ ହରାଇଛି। ବଲାଙ୍ଗୀରର ନରେଶ ଧାନ ଦୁଇଟି, ରାମ ମାଝୀ ଓ ସୁବ୍ରତ ପାତ୍ର ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ନରେଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। 

କେନ୍ଦ୍ରାପଡ଼ା ଜୋନ୍‌ରେ ଭଦ୍ରକ ୨-୦ ଗୋଲ୍‌ରେ ଜଗତସିଂହପୁରକୁ ଏବଂ ଝାରସୁଗୁଡ଼ା ୬-୧ ଗୋଲ୍‌ରେ କେନ୍ଦ୍ରାପଡ଼ାକୁ ହରାଇ। ଭଦ୍ରକ ପକ୍ଷରୁ ଯୁଧିଷ୍ଠିର ଟୁଡ଼ୁ ଓ ଶେଖର କୁମାର ନାୟକ ଗୋଟିଏ ଲେଖାଏଁ ଗୋଲ୍‌‌ ଦେଇଥିଲେ। ଝାରସୁଗୁଡ଼ାର ସାହିର ସୁନା ଓ କୃଷ୍ଣଚନ୍ଦ୍ର କିଷାନ ଦୁଇଟି ଲେଖାଏଁ ଏବଂ ମନୁ ମହାକୁଡ଼ ଓ ନିର୍ମଳ ମହାନନ୍ଦିଆ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ କେନ୍ଦ୍ରାପଡ଼ାର ‌‌ଶେଖ୍‌ ସରିଫ ଗୋଟିଏ ଗୋଲ୍‌ ଶୁଝିଥିଲେ।

କେନ୍ଦୁଝର ଜୋନ୍‌ରେ କେନ୍ଦୁଝର-ଯାଜପୁର ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିଥିବା ବେଳେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ୪-୩ ଗୋଲ୍‌ରେ ଅନୁଗୁଳକୁ ପରାସ୍ତ କରିଛି। କେନ୍ଦୁଝରର ମଙ୍ଗଳ ମୁଣ୍ଡା, ଅଭିମନ୍ୟୁ ମହାକୁଡ଼ ଏବଂ ଯାଜପୁରର ଅଜୟ ସୋରେନ ଓ ଭଞ୍ଜକିଶୋର ହାଁସ୍‌ଦା ଗୋଟିଏ ଲେଖ‌ାଏଁ ଗୋଲ୍‌ କରିଥି‌ଲେ। ରାଉରକେଲାର ସୁରେଶ ଖଡ଼ିଆ ହ୍ୟାଟ୍ରିକ୍‌ ଓ ରମେଶ ଓରାମ ଗୋଟିଏ ଗୋଲ୍‌ କରିଥିଲା ବେ‌ଳେ ଅନୁଗୁଳର ପାରାଓ ମୁର୍ମୁ ଦୁଇଟି ଏବଂ ଅନ୍ତର୍ଯ‌ାମୀ ନାୟକ ଗୋଟିଏ ଗୋଲ୍‌ ଦେଇଥିଲେ। ବ୍ରହ୍ମପୁର ଜୋନ୍‌ରେ ନବରଙ୍ଗପୁର ୭-୦ ଗୋଲ୍‌ରେ ଗଜପତିକୁ ହରାଇଛି। ବିଜୟୀ ଦଳର ଜଗବନ୍ଧୁ ସାନ୍ତା ଦୁଇଟି, ମୋହନ ଗୁଣ୍ଠ, ସ୍ବରାଜ ଜାଗିଅର ସୁନା, ଶମ୍ଭୁନାଥ ମାଝୀ, ମିଥୁନ ସାନ୍ତା ଓ ଚମ୍ପୁ ପୂଜାରୀ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଅସୀମ ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ଗୋଲ୍‌ରେ ଭୁବନେଶ୍ବର ୧-୦ରେ ଗଞ୍ଜାମକୁ ମାତ୍‌ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe