ରାଇରଙ୍ଗପୁର ଉପଜିଲ୍ଲପାଳ କାର୍ଯ୍ୟଳୟରେ ସହିଦ ଦିବସ ପାଳିତ

Advertisment
ରାଇରଙ୍ଗପୁର ଉପଜିଲ୍ଲପାଳ କାର୍ଯ୍ୟଳୟରେ ସହିଦ ଦିବସ ପାଳିତ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ତଥା ଭାରତର ସ୍ୱାଧୀନତା ପାଇଁ ଯେଉଁ ମହାପୁରୁଷ ଗଣ ଦେଶମାତୃକା ପାଇଁ ତାଙ୍କ ପ୍ରାଣ ବଳି ଦେଇଥିଲେ ତାଙ୍କ ସ୍ମୃତି ଉଦେଶ୍ୟରେ ସହିଦ ଦିବସ ପାଳିତ ହୋଇଯାଇଛି।
ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଉକ୍ତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ଭନ୍ଧରେ ବ୍ୟକ୍ତବ୍ୟ ରଖିଥିଲେ। ଏହି ଅବସରରେ ସହକାରୀ ଜିଲ୍ଲାପାଳ ରମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଦେଶ ପାଇଁ ପ୍ରାଣ ବଳି ଦେଇ ଶହୀଦ ହୋଇଥିବା ମହାପୁରୁଷ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେକ୍ସନ ଅଧିକାରୀ ଉମାକାନ୍ତ ପାତ୍ର, କେଶବ ନାୟକ, ଚାମରୁ ବେସ୍ରା, ପ୍ରସାଦ ବେହେରା, ରେବତୀ ମୁର୍ମୁ, ପ୍ରିୟଙ୍କା ଗୁପ୍ତା, ଡି ଇ ଓ  ଦୁର୍ଗା ପ୍ରସାଦ ଦାଶ, ବିଶରାନ୍ତ କେଶରୀ ସିଂ ଓ ସଂଜୀବ ଗିରି ପ୍ରମୁଖଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗ ର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଶହୀଦ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe