ସହିଦ କରୁଣାକର ସିଂହ ନାଏକଙ୍କ ଆତ୍ମୋତ୍ସର୍ଗ ଦିବସ : ସ୍ମୃତିରକ୍ଷା ପାଇଁ ୫୦ ଲକ୍ଷ ଘୋଷଣା

ସହିଦ କରୁଣାକର ସିଂହ ନାଏକଙ୍କ ଆତ୍ମୋତ୍ସର୍ଗ ଦିବସ : ସ୍ମୃତିରକ୍ଷା ପାଇଁ ୫୦ ଲକ୍ଷ ଘୋଷଣା

ଝାରସୁଗୁଡା/କୋଲାବିରା : ସହିଦ କରୁଣାକର ସିଂହ ନାଏକଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ୫୦ ଲକ୍ଷ ଟଙ୍କ‌ା କରିବେ। ଏଥିସହିତ ସହିଦ କରୁଣାକରଙ୍କ ସ୍ମୃତି ଦିବସ ରାଜ୍ୟ ସ୍ତରରେ ମଧ୍ୟ ପାଳନ କରାଯିବ। କୋଲାବିରାଗଡ଼ର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଝାରସୁଗୁଡ଼ା ଗସ୍ତ‌େର ଆସି କୋଲାବିରା ଠାରେ ଗଣ୍ଡୱାନା ଗଣ୍ଡ ସମାଜ ଦ୍ବାରା ଆୟୋଜିତ ଆତ୍ମୋତ୍ସର୍ଗ ଦିବସରେ ସହିଦ କରୁଣାକରଙ୍କ ସ୍ମୃତିଚାରଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଅଖିଳ ଭାରତୀୟ ଗୋଣ୍ଡୱାନ ମହାସଭାର ପ୍ରଦେଶ ସଭାପତି ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରମେଶ ମାଝୀ, ସାଂସଦ ପ୍ରଭାସ ସିଂ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ପୂର୍ବ ବିଧାୟକ ଅନୁପ ସାଏ, ପୂର୍ବ ସାଂସଦ ରବି ପାଣିପ୍ରମୁଖ ସହିଦଙ୍କ ସ୍ମୃତିଚାରଣ କରିଥିଲେ। ସଂପାଦକ ପ୍ରଭାକର ଓରାମ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe