ସାହି ଏକ୍ସପୋର୍ଟସ-କେଏମ୍‌ଆଇଟି ସହଭାଗିତା

Advertisment
ସାହି ଏକ୍ସପୋର୍ଟସ-କେଏମ୍‌ଆଇଟି ସହଭାଗିତା

IndiaSpend

ଭୁବନେଶ୍ୱର : ଦାରିଦ୍ର‌୍ୟ ଏବଂ ମାନବ ଚାଲାଣ ଭଳି ବିପଦରେ ଥିବା ମହିଳାମାନଙ୍କୁ ସହାୟତା ପାଇଁ ସାହି ଏକ୍ସପୋର୍ଟସ ଓ ନୋ ମି ଇଣ୍ଡିଆ ଟ୍ରଷ୍ଟ (କେଏମ୍‌ଆଇଟି) ମଧ୍ୟରେ ସହଭାଗିତା ହୋଇଛି। ଏହି ସହଭାଗିତା ‘ପ୍ରୋଜେକ୍ଟ ସ୍ୱାଭିମାନ’ ର କାର୍ଯ୍ୟକାରୀ କରୁଛି। ଓଡ଼ିଶାର ଝାରସୁଗୁଡ଼ାରେ ଶୁଭାରମ୍ଭ କରାଯାଇଥିବା ଏହି ପାଇଲଟ୍ ପ୍ରୋଗ୍ରାମ ମାଧ୍ୟମରେ ଦୁର୍ବଳ ଓ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ଗୋଷ୍ଠୀର ମହିଳାମାନଙ୍କୁ ତାଲିମ୍ ତଥା ଶିକ୍ଷା ପ୍ରଦାନ କରି ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି।

ତାଲିମ ସମାପ୍ତି ପରେ ଅଂଶଗ୍ରହଣକାରୀମାନଙ୍କୁ ଭାରତର ରେଡିମେଡ୍ ପୋଷାକର ସର୍ବବୃହତ ନିର୍ମାତା ଏବଂ ରପ୍ତାନିକାରୀ ସାହି ଠାରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ। ସାହି ଏକ୍ସପୋର୍ଟର ଅର୍ଗାନାଇଜେସନାଲ୍ ଡେଭଲପମେଣ୍ଟର ମୁଖ୍ୟ ଅନନ୍ତ ଆହୁଜା କହିଛନ୍ତି, ଏହି ସହଭାଗିତା ମାଧ୍ୟମରେ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ମିଳିବା ସହିତ ମାନବ ଚାଲାଣ ଓ ଆଧୁନିକ ଦାସତ୍ୱରୁ ସେମାନେ ମୁକ୍ତ ହୋଇପାରିବେ। କେଏମଆଇଟିର ପ୍ରୋଗ୍ରାମ ଓ ଡେଭଲପମେଣ୍ଟ ବୋର୍ଡ ଆଡଭାଇଜର ସୁପେଇ ଲିଉ ମଧ୍ୟ ସମାନ ପ୍ରକାର ମତ ପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe