ବୁନ୍ଦିଆ ଛକରେ ସହିଦ ସ୍ତମ୍ଭ ଉଦ୍‌ଘାଟିତ

ବୁନ୍ଦିଆ ଛକରେ ସହିଦ ସ୍ତମ୍ଭ ଉଦ୍‌ଘାଟିତ

ବ୍ରଜରାଜନଗର: କୁଦୋପାଲି ପଞ୍ଚାୟତ ଅନ୍ତର୍ଗତ ବୁନ୍ଦିଆ ଛକରେ ଶୁକ୍ରବାର ସହିଦ ବଳରାମଙ୍କ ଉଦେଶ୍ୟରେ ନିର୍ମିତ ସହିଦ ସ୍ତମ୍ଭ ଉଦ୍‌ଘାଟିତ ହୋଇଯାଇଛି। ଏମ୍‌ସିଏଲ୍‌ ପରିଚାଳିତ ହୀରାଖଣ୍ଡ ବୁନ୍ଦିଆ କୋଇଲା ଖଣି ପକ୍ଷରୁ ଏହି ସହିଦ ସ୍ତମ୍ଭ ନିର୍ମାଣ ହୋଇଛି। ରାମପୁର ସବ୍‌ ଏରିଆ ମ୍ୟାନେଜର ପ୍ରିୟ ଶଙ୍କର ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହିଦ ବଳରାମ ପ୍ରଧାନଙ୍କ ପିତା ମଣିଚନ୍ଦ୍ର ପ୍ରଧାନ,  ହୀରାଖଣ୍ଡ ବୁନ୍ଦିଆ କୋଳିଆରୀ ମ୍ୟାନେଜର ଉତ୍ତମ ସିଂ ଗେଡ଼ମ, ପର୍ସନାଲ ମ୍ୟାନେଜର ଗୋପାଳ ପଣ୍ଡା, ଶ୍ରମିକ ନେତା କୁରିପ କୁମାର ରାୟକର, ସୋମନାଥ ପୂଜାରୀ, ଗାଳ୍ପିକ ବଳଦେବ ଦିକ୍ଷିତ ଓ ରାମପୁର ଫାଣ୍ଡି ଅଧିକାରୀ ଶଶିଭୂଷଣ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସହିଦଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ବଳରାମ ପ୍ରଧାନ ୨୦୧୦  ମସିହାରେ ଗଜପତି ଜିଲ୍ଲା ଗୁମ୍ମା ଜଙ୍ଗଲରେ ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ। ତାଙ୍କ ସ୍ମୃତିରେ ବୁନ୍ଦିଆ ଛକକୁ ୨୦୧୮ ମସିହାରେ ତାଙ୍କ ନାମରେ ନାମିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe