ପୁରୀ : ନୂଆଦିଲ୍ଲୀର କାରିଆପ୍ପା ପରେଡ ପଡ଼ିଆରେ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ପୁରୀର ସାହିଯାତ। ପରେଡ୍ ପଡ଼ିଆରେ ଆୟୋଜିତ ବନ୍ଦେ ଭାରତଂ ନୃତ୍ୟ ଉତ୍ସବରେ ସ୍ଥାନ ପାଇବେ ସାହିଯାତ କଳାକାର।
ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ୫ଶହ କଳାକାର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଇଥିବା ବେଳେ ପୁରୀର ରଙ୍ଗଶାଳା ଅନୁଷ୍ଠାନର ଶିଳ୍ପୀମାନେ ନାଗା, ରାବଣ, କାଳୀ ଓ ଦୁର୍ଗା ମେଢ଼ରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। କଟକ ଓ ଭୁବନେଶ୍ବରରୁ ଓଡ଼ିଶୀ ଓ ମୟୂରଭଞ୍ଜରୁ ଛଉନୃତ୍ୟ ସମେତ ପୁରୀର ସାହିଯାତ ବନ୍ଦେ ଭାରତଂ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିବେ। ସାହିଯାତ ନୃତ୍ୟ ପ୍ରଦର୍ଶନ ପାଇଁ ପୁରୀରୁ ବିକ୍ରମ ସାହୁଙ୍କ ନେତୃତ୍ବରେ ଶ୍ୟାମସୁନ୍ଦର ମହାପାତ୍ର, ସତ୍ୟବାନ ରାଉତ, ମଣ୍ଟୁ ସାହୁ, ବସନ୍ତ କୁମାର ପ୍ରଧାନ, ଗୋପୀନାଥ ପ୍ରଧାନ, ଆର୍ ପ୍ରଧାନ, ଦେବାଶିଷ ସିଂହ ପ୍ରମୁଖ ନୃତ୍ୟ ପରିବେଷଣ କରିବେ। ରଙ୍ଗଶାଳାର ମୁଖ୍ୟ ବିକ୍ରମ ସାହୁଙ୍କ ନେତୃତ୍ବରେ ୮ଜଣିଆ ନୃତ୍ୟ ଦଳ ଏବେ ଦିଲ୍ଲୀରେ ଅଭ୍ୟାସ ଜାରି ରଖିଛନ୍ତି। ଏସିଆର ବୃହତ୍ ନୃତ୍ୟ ଉତ୍ସବରେ ପ୍ରଦର୍ଶନ କରିବାକୁ ଶିଳ୍ପୀମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।
Follow Us