ସହିରୁଦ୍ଦିନ: ଜଲେଶ୍ବରରୁ ଝାରପଡ଼ା...

Advertisment
ଗ୍ରିନ୍ ରେ’ ଇଣ୍ଟରନ୍ୟାସନାଲ ଠକେଇ: ନିର୍ଦ୍ଦେଶକଙ୍କ ଜାମିନ ଖାରଜ

ଭୁବନେଶ୍ୱର: ସହିରୁଦ୍ଦିନଙ୍କ ମୃତ୍ୟୁପରେ ସମଗ୍ର ଦେଶରେ ୨୦୦୦ କୋଟି ଟଙ୍କାର ଚିଟଫଣ୍ଡ ବେପାର କରିଥିବା ଗ୍ରିନ୍ ରେ ଇଣ୍ଟର୍‌ନ୍ୟାସନାଲର ସିବିଆଇ ତଦନ୍ତର ଗତି କୁଆଡ଼େ ବୋଲି ଲକ୍ଷାଧିକ ଜମାକାରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ୨୦୦୪ ମସିହାରେ ଜଳେଶ୍ବରରୁ ଆରମ୍ଭ ହୋଇଥିବା ଗ୍ରିନ୍ ରେ’ ଇଣ୍ଟରନ୍ୟାସନାଲ କମ୍ପାନିରେ ମୀର ସହିରୁଦ୍ଦିନ ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ଆୟୁବ ସାହା, ଖାଲିକ ସାହା ଓ ମୀର ତହିରୁଦ୍ଦିନ ଏହି ୩ଜଣ ନିର୍ଦ୍ଦେଶକ ଥିଲେ। ଜମାକାରୀଙ୍କୁ ଅଧିକ ଲାଭର ଲୋଭ ଦେଖାଇ ଗ୍ରିନ୍ ରେ’ କମ୍ପାନି ଦେଶର ୧୫ ରାଜ୍ୟରୁ ୨୦୧୨ ମସିହା ବେଳକୁ ପାଖାପାଖି ୨ ହଜାର କୋଟି ଟଙ୍କା ଠକି ନେଇଥିଲା। ସେଥିରୁ କେବଳ ଓଡ଼ିଶାରେ ଦେଢ଼ଲକ୍ଷ ଜମାକାରୀ ଥିବାବେଳେ ସେମାନଙ୍କ ଜମାରାଶି ପାଞ୍ଚଶହ କୋଟି ଟଙ୍କା ଥିଲା ବୋଲି କୁହାଯାଇଛି।

ତେବେ, ୨୦୧୩ ମସିହାରେ ଓଡ଼ିଶା ପୁଲିସ ଜଳେଶ୍ବରସ୍ଥିତ କର୍ପୋରେଟ୍ ଅଫିସ ସହ ରାଜ୍ୟର ୧୩ଟି ସ୍ଥାନରେ ଥିବା ବ୍ରାଞ୍ଚ ଅଫିସ ସିଲ୍ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ହାତକୁ ଯାଇଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ତଦନ୍ତ ସମୟରେ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ୪୬ଟି ଆକାଉଣ୍ଟରେ ୫୭ଲକ୍ଷ ୪୧ହଜାର ୫୪୧ଟଙ୍କା ଠାବ କରିଥିଲା। ସେହିପରି ସମଗ୍ର ରାଜ୍ୟର କର୍ପୋରେଟ୍ ଅଫିସ ସହ ୪୧ଟି ବ୍ରାଞ୍ଚ ଅଫିସରୁ ନଗଦ ୯. ୫୫ ଲକ୍ଷ ଟଙ୍କା, ୨୪୬ ଗ୍ରାମ ସୁନା ଓ ୯.୫ କିଗ୍ରା ରୁପା ମଧ୍ୟ ଜବତ କରାଯାଇଥିଲା। ଏହାବ୍ୟତୀତ କମ୍ପାନି ନାଁରେ ଜଳେଶ୍ବର, ବାଲେଶ୍ବର, ବାରିପଦା ସମେତ ଅନ୍ୟାନ୍ୟ ସ୍ଥାନରେ ୨୦.୬୮ ଏକର ଜମି ରହିଥିବା ରେକର୍ଡ ମଧ୍ୟ ଜବତ କରାଯାଇଥିଲା।

ଏହାର କିଛିମାସ ପରେ ଅର୍ଥାତ୍ ୨୦୧୪ ମସିହା ମେ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗ୍ରିନ୍ ରେ’ ସମେତ ୪୧ଟି ଚିଟଫଣ୍ଡ ସଂସ୍ଥାର ଠକେଇ ସମ୍ପର୍କରେ ତଦନ୍ତ ଭାର ସିବିଆଇ ହାତକୁ ଗଲା। ମାତ୍ର ସେତେବେଳକୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ମୀର ସହିରୁଦ୍ଦିନ ପରିବାର ସହ ନାଇଜେରିଆ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ୨୦୧୭ ଫେବ୍ରୁଆରିରେ ସହିରୁଦ୍ଦିନ ବାଂଲାଦେଶ ଦେଇ ଭାରତକୁ ଆସୁଥିବା ବେଳେ କୋଲକାତାରେ ସିବିଆଇ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe