ସାହିତ୍ୟ ଏକାଡେମି ପୁରସ୍କାର ପ୍ରତିଭାମାନଙ୍କୁ ଘରେ ଦେବାକୁ ପ୍ରସ୍ତାବ

Advertisment
ସାହିତ୍ୟ ଏକାଡେମି ପୁରସ୍କାର ପ୍ରତିଭାମାନଙ୍କୁ ଘରେ ଦେବାକୁ ପ୍ରସ୍ତାବ

The Indian Express

ଭୁବନେଶ୍ବର : ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା ହୋଇଛି। କରୋନା ଧୀରେଧୀରେ କାୟା ମେଲାଇ ଚାଲିଥିବାରୁ ସଭା ସମିତି ବନ୍ଦ। ଫଳରେ ପୁରସ୍କାର କିଭଳି ଦିଆଯିବ ସେନେଇ ପ୍ରଶ୍ନ ଉଠିଥିଲା। ତେବେ ସାରସ୍ବତ ପ୍ରତିଭାମାନଙ୍କୁ ଘରେ ନେଇ ପୁରସ୍କାର ଦେବା ପାଇଁ ବିଭିନ୍ନ ସ୍ତରରୁ ପ୍ରସ୍ତାବ ଆସିଛି। ପ୍ରସ୍ତାବ ପାଇବା ପରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଚିନ୍ତା କରିଛି।

ସୂଚନାଯୋଗ୍ୟ ୨୦୧୯ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ୧୫ଜଣ ବରିଷ୍ଠ ସାହିତ୍ୟିକଙ୍କୁ ସମ୍ବର୍ଧିତ କରାଯିବା ନେଇ ମାର୍ଚ୍ଚ ୨ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ହୋଇପାରିନଥିଲା। ସେହିଭଳି ଓଡ଼ିଶା ସାହିତ୍ୟ ଏକାଡେମିର କାର୍ଯ୍ୟକାରୀ ସଦସ୍ୟମାନେ ଆଜି ଏକ ବୈଠକ କରିଥିବା ବ‌େଳେ ସେ‌ଠାରେ ଚଳିତ ବର୍ଷର ଅତିବଡ଼ୀ ପୁରସ୍କାର ‌ଚୟନ ହେଉଥିବା ନେଇ ଚର୍ଚ୍ଚା ହେଉଥିଲା। ଏନେଇ ସୋସିଆଲ ମିଡିଆରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ମାତ୍ର ଏକାଡେମିର କାର୍ଯନିର୍ବାହୀ ସଦସ୍ୟମାନେ କହିଥିଲେ ଯେ ଆମ କାର୍ଯ୍ୟକ୍ରମ ସୂଚୀରେ ଅତିବଡ଼ୀ ପୁରସ୍କାର ନେଇ ସେମିତି କିଛି ଆଲୋଚନା ହେବାର ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe