ଭୁବନେଶ୍ୱର : ଯୁବ ପୁରସ୍କାର ୨୦୧୯ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ପୁସ୍ତକ ଆହ୍ଵାନ କରାଯାଇଛି। ଏଥିପାଇଁ ଲେଖକଙ୍କ ବୟସ ଜାନୁୟାରୀ ପହିଲା ୨୦୧୯ ସୁଦ୍ଧା ୩୫ କିମ୍ବା ତହିଁରୁ କମ୍ ବର୍ଷ ହେଉଥିବା ଉଚିତ। ଲେଖକ ନିଜେ କିମ୍ବା ପ୍ରକାଶକମାନେ ମଧ୍ୟ ବହି ପଠାଇପାରିବେ। ବହି ସହିତ ଲେଖକଙ୍କ ଜନ୍ମ ପ୍ରମାଣ ପତ୍ରର ଆଟେଷ୍ଟେଡ୍ ନକଲ ପଠାଇବା ଜରୁରି। ଓଡ଼ିଆ ଭାଷାର ବହି ଆସନ୍ତା ଅଗଷ୍ଟ ୨୦ ତାରିଖ ସୁଦ୍ଧା କୋଲ୍କାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ। ସାହିତ୍ୟ ଅକାଦେମିର େଓ୍ଵବ୍ସାଇଟ୍ରେ ଏ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଏବଂ ଫର୍ମ ଉପଲବ୍ଧ ଅଛି। ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୧୧ରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ଓଡ଼ିଆ ସମେତ ଅକାଦେମି ଦ୍ୱାରା ସ୍ୱୀକୃତିପ୍ରାପ୍ତ ୨୪ଟି ଭାଷାରେ ପ୍ରଦାନ କରାଯାଉଛି। ଏକ ନିର୍ଦ୍ଦିଷ୍ଟ ପ୍ରକ୍ରି୍ରୟାରେ ମନୋନୟନ ପରେ ଯୁବ ଲେଖକମାନଙ୍କୁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରି ପୁରସ୍କାର ସ୍ୱରୂପ ପଚାଶ ହଜାର ଟଙ୍କା ଏବଂ ତାମ୍ରଫଳକ ପ୍ରଦାନ କରାଯାଇଥାଏ।
ସାହିତ୍ୟ ଅକାଦେମି ଯୁବ ପୁରସ୍କାର ୨୦୧୯ ପାଇଁ ପୁସ୍ତକ ଆହ୍ଵାନ
Advertisment
Follow Us