‘ଯୁବପିଢ଼ିଙ୍କୁ ସାହିତ୍ୟ ପ୍ରତି ଆକର୍ଷିତ କରିବାରେ ସାହିତ୍ୟଘରର ଭୂମିକା ଗୁରୁତ୍ବପୂର୍ଣ୍ଣ’

Advertisment

ଘସିପୁରା ସମ୍ବାଦ ସାହିତ୍ୟଘରର ପ୍ରଥମ ବାର୍ଷିକ ସମାରୋହ

ଘସିପୁରା ସମ୍ବାଦ ସାହିତ୍ୟଘରର ପ୍ରଥମ ବାର୍ଷିକ ସମାରୋହ

‘ଯୁବପିଢ଼ିଙ୍କୁ ସାହିତ୍ୟ ପ୍ରତି ଆକର୍ଷିତ କରିବାରେ ସାହିତ୍ୟଘରର ଭୂମିକା ଗୁରୁତ୍ବପୂର୍ଣ୍ଣ’

ଆନନ୍ଦପୁର: ସାହିତ୍ୟ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କମୁଥିଲା। ସେମାନଙ୍କୁ ଏଥିପ୍ରତି ଆକର୍ଷିତ କରିବାରେ ‘ସମ୍ବାଦ’ ସାହିତ୍ୟଘର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଶାଳପଡ଼ାସ୍ଥିତ କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ଘସିପୁରା ବ୍ଲକ୍‌ ସମ୍ବାଦ ସାହିତ୍ୟଘରର ପ୍ରଥମ ବାର୍ଷିକ ସାରସ୍ବତ ସମାରୋହରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଆନନ୍ଦପୁରର ପୂର୍ବତନ ଉପଜିଲ୍ଲାପାଳ ତଥା ରାଜ୍ୟ ଜେଲ୍‌ ଆଇଜି ସୁରଥ ଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସାହିତ୍ୟ ହେଉଛି ସମାଜର ଦର୍ପଣ। ବର୍ତ୍ତମାନ ସମାଜରେ ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟୁଥିବା ବେଳେ ସାହିତ୍ୟ ମାଧ୍ୟମରେ ଜନଜୀବନର ପ୍ରକୃତ ଚିତ୍ର ପରିପ୍ରକାଶ ପାଇଥାଏ ବ‌ୋଲି ଶ୍ରୀ ମଲ୍ଲିକ କହିଥିଲେ। ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ବିଶେଷ ଅତିଥିଭାବେ ଯୋଗଦେଇ ସାହିତ୍ୟଘର କେବଳ ସାହିତ୍ୟ ମଧ୍ୟରେ ସୀମିତ ନ ରହି ସାମ‌ାଜିକ କାର୍ଯ୍ୟକ୍ରମରେ ବହୁତ ଆଗକୁ ଯାଇଛି।

publive-image

ଗତବର୍ଷ ସାହିତ୍ୟଘର ପକ୍ଷରୁ ରାଜ୍ୟରେ ଏକଲକ୍ଷ ୨୦ ହଜାର ଚାରାରୋପଣ କରାଯାଇଥିଲା। ରାଜ୍ୟ ବାହାରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମଧ୍ୟ ସାହିତ୍ୟଘର କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ରାଜ୍ୟ ସାହିତ୍ୟ ଏକାଡେମିର ସଦସ୍ୟ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୌମ୍ୟରଂଜନ ପଟ୍ଟନାୟକ ‘ସମ୍ବାଦ’ ପ୍ରତିଷ୍ଠା କରି ରାଜ୍ୟରେ ଖବରକାଗଜ ଶିଳ୍ପରେ ବିପ୍ଳବ ଆଣିଥିଲେ। ସେହିଭଳି ସାହିତ୍ୟଘର ମଧ୍ୟ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ। ପ୍ରତ୍ୟେକ ମଣିଷ ମଧ୍ୟରେ ସାହିତ୍ୟ ଚେତନା ରହିଛି। ଏହାର ପରିପ୍ରକାଶ ପାଇଁ ସାହିତ୍ୟଘର ଏକ ବଳିଷ୍ଠ ମାଧ୍ୟମ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଘସିପୁରା ଓ ଆନନ୍ଦପୁରରେ ଦୁଇଟି ସ୍ବତନ୍ତ୍ର ପାଠାଗାର ଏବଂ ଏକ ସମ୍ମିଳନୀକକ୍ଷ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ। ଆନନ୍ଦପୁର ଏସ୍‌ଡିପିଓ ପ୍ରଶାକ୍ତ କୁମାର ବେହେରା ନିଜ କବିତା ରଚନାର ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସାହିତ୍ୟଘର ସମ୍ପାଦକ ପ୍ରବୀଣ କୁମାର କବି ଅତିଥି ପରିଚୟ ଦେଇଥିବା ବେଳେ ଆବାହକ ଆନନ୍ଦପୁର ‘ସମ୍ବାଦ’ ପ୍ରତିନିଧି ଶତ୍ରୁଘ୍ନ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବରିଷ୍ଠ କବି ଗୋବର୍ଦ୍ଧନ ନାୟକ ଓ ଯୁବ ପ୍ରତିଭା ଧନୁର୍ଜୟ ନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟଘର ସଭାପତି ହଳଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ରମାକାନ୍ତ ନାୟକ, ପ୍ରଫୁଲ୍ଲ ଚକ୍ର, କୀର୍ତ୍ତନ ସାହୁ, ଶରତ କୁମାର ରାଉତ, ଦିଲୀପ କୁମାର ଦାଶ, ଜିତୁ ଦାଶ, ବିଜୟ କୁମାର ସାହୁ, ରତ୍ନାକର ଦାସ, ସୁଦାମ ଚରଣ ସାହୁ ଉପସ୍ଥିତ ଥିଲେ। ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ବରେ କବି ଡ. ଅଶୋକ ପୁହାଣ, କବି ଚିତ୍ତରଂଜନ ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ଘନଶ୍ୟାମ ବୋଇତେଇ, ଧୂମକେତୁ ଦାସ, ରବୀନ୍ଦ୍ର କୁମାର ଦାଶ, ସମୀର ରଂଜନ ନାଥ, ବୈଲୋଚନ ସାହୁ, ବିଶ୍ବଜିତ ରାଉତ, ଦୀପିକା ବେହେରା, ସୁରେନ୍ଦ୍ର ଜେନା, ପୁଷ୍ପାଞ୍ଜଳି ମହାପାତ୍ର, ରଶ୍ମିତା ସାହୁ, ବାସୁଦେବ ଜେନା, ବିବେକାନନ୍ଦ ସାହୁ, ଶରତ କୁମାର ରାଉତ, ପ୍ରଫୁଲ୍ଲ କୁମାର ସାହୁ, ସୁଶାନ୍ତ କୁମାର ଦାସ, ପୁଷ୍ପମଞ୍ଜରୀ କର, ବିଜୟ କୁମାର ସାହୁ, ଲିପିସ୍ମିତା ସାହୁ, ଚତୁର୍ଭୁଜ ଜେନା, ବିଶ୍ବଜିତ ନାଥ, ଶଶିକାନ୍ତ ନାୟକ, ସୀମାଲତା ସାହୁ, ଧନୁର୍ଜୟ ନାଥ, ଦଶରଥ ସାହୁ, ବାମନ ଚରଣ ବେହେରା, ମଙ୍ଗୁଳି ଚରଣ ପୃଷ୍ଟି, ପ୍ରଶାନ୍ତ କୁମାର ବେହେରା ସ୍ବରଚିତ କବିତା ପାଠ କରିଥିଲେ। ‘ସମ୍ବାଦ’ ହାଟଡିହି ପ୍ରତିନିଧି କିଶୋର ଆଚାର୍ଯ୍ୟ, ସାହିତ୍ୟଘର ଉପସଭାପତି ଆଦିତ୍ୟ ନାୟକ, ସହସମ୍ପାଦକ ରଂଜନ କୁମାର ସାହୁ, କୋଷାଧ୍ୟକ୍ଷ ସତ୍ୟଜିତ ସାହୁ, ସଦସ୍ୟ ମୃତ୍ୟୁଞ୍ଜୟ ସାହୁ, ସତ୍ୟବ୍ରତ ସାହୁ, ଧବଳେଶ୍ବର ସାହୁ, ତ୍ରିନାଥ ସାହୁ, ତାପସ କୁମାର ବଳ, ରାଜକିଶୋର ଜେନା, ନିତ୍ୟାନନ୍ଦ ସାହୁ, ଦିବ୍ୟଜ୍ୟୋତି ବଳ, ପ୍ରସନ୍ନ ସାହୁ, ‘ସମ୍ବାଦ’ ପ୍ରସାରଣ ବିଭାଗର ଜ୍ଞାନରଂଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe