ଜଗତସିଂହପୁର : ସାଇ ପରିବାର ପକ୍ଷରୁ ବସ୍ତିବାସିନ୍ଦାକୁ ଶୁଖିଲା ଖାଦ୍ୟ ବଣ୍ଟନ

ଜଗତସିଂହପୁର : ସାଇ ପରିବାର ପକ୍ଷରୁ ବସ୍ତିବାସିନ୍ଦାକୁ ଶୁଖିଲା ଖାଦ୍ୟ ବଣ୍ଟନ

ଜଗତସିଂହପୁର ଟାଉନ୍ : ଲକ୍‌ଡାଉନରେ ଜଗତସିଂହପୁର ହାଟବଜାର ବସ୍ତି ବାସିନ୍ଦା ଓ ଦିନ ମଜୁରିଆମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦିନ ମଜୁରୀ ଓ ଭିକ୍ଷା ବୃତ୍ତି କରି ଚଳୁଥିବା ବସ୍ତିର ଲୋକମାନେ ସାହାରା ଖୋଜୁଛନ୍ତି । ସରକାରୀ ସହାୟତା ସେମାନଙ୍କୁ ପର୍ଯ୍ୟାପ୍ତ ହେଉ ନଥିବା ବେଳେ ଏମାନଙ୍କୁ ସହଯୋଗର ହାତ ବଢାଇଛନ୍ତି କିଛି ଯୁବଗୋଷ୍ଟି। ଜଗତସିଂହପୁର ସଦର ମହକୁମା ଜୟବଡ ସ୍ଥିତ ସାଇ ପରିବାର ତରଫରୁ ସୋମନାଥ ହାଟ ନିକଟରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଚୁଡା, ଚିନି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ପ୍ରଦାନ କରି ଏହି ଦୁର୍ଦ୍ଦିନରେ ସେହି ବସ୍ତି ବାସିନ୍ଦାଙ୍କ ସାହା ହୋଇଛନ୍ତି ଏହି ସାଇ ପରିବାର । ପୂର୍ବରୁ ବସ୍ତି ବାସୁନ୍ଦାଙ୍କୁ ମାସ୍କ ଓ ବିସ୍କୁଟ ବଣ୍ଟନ କରିଥିବା ବେଳେ ଆଜି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

publive-image

ପ୍ରତ୍ୟେକ ଦିନ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଏହି ବସ୍ତି ବାସିନ୍ଦାମାନେ କରୋନା ପ୍ରଭାବରେ କାମଧନ୍ଧା ବନ୍ଦ ଯୋଗୁ ପ୍ରଭାବିତ ହୋଇଛନ୍ତି । ଏହା ସହିତ ସେମାନଙ୍କ ପାଖରେ ସଚେତନତାର ବାର୍ତ୍ତା ଠିକ ଭାବରେ ପହଞ୍ଚିପାରୁନଥିବା ବେଳେ ଏହି ଯୁବକମାନେ ସାବୁନରେ ହାତ ଧୋଇବା ପାଇଁ ସେହି ବସ୍ତି ବାସିନ୍ଦାଙ୍କୁ କହିବା ସହିତ ସାନିଟାଇଜର ଦେଇ ହାତକୁ ଜୀବାଣୁମକ୍ତ କରାଇଥିଲେ । ଏହି ଯୁବକମାନଙ୍କର ଉଦ୍ୟମ ସାଧାରଣରେ ପ୍ରଶଂସାର ପାତ୍ର ପାଲଟିଛି । ଆଗାମୀ ଦିନରେ ଯେପରି ଏହି ବସ୍ତି ବାସିନ୍ଦା ମାନେ କାମ ଅଭାବରୁ ଖାଇବା ପିଇବାରେ ଅସୁବିଧା ନହେବ ସେମାନେ ରନ୍ଧା ଖାଦ୍ୟ ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟରେ କ୍ୟାମେରାମ୍ୟାନ ବିଏନଏନ ପପୁ, ଦେବଦତ୍ତ ଖଣ୍ଡୁଆଳ, ଶିବ ପ୍ରସାଦ ଖଣ୍ଡୁଆଳ, ଦୁର୍ଗା ପ୍ରସାଦ ଦାସ, ଦିୱାନ ଦାସ, ଅମିତାଭ ପାଲ, ଅଭିଜିତ ମହାନ୍ତି, ଅଭିସେକ ପାଲ, ଆଶ୍ରୀବାଦ ମହାନ୍ତି, ପ୍ରୀୟଦର୍ଶୀନୀ ଦାସ, ଏମଲିନ ମହାନ୍ତି, ଗାୟତ୍ରୀ ଖଣ୍ଡୁଆଳ, ଯାଜ୍ଞସେନୀ ଖଣ୍ଡୁଆଳ, ପ୍ରତିଭା ପାଲ, ଦିପ୍ତିରାଣି ମହାନ୍ତି ଓ ଅଙ୍କିତ ଅନୁରାଗ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe