ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ‘ରାଉଣ୍ଡ ସ୍କୋୟାର’ ମାନ୍ୟତା

Advertisment
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ‘ରାଉଣ୍ଡ ସ୍କୋୟାର’ ମାନ୍ୟତା

ଭୁବନେଶ୍ବର : ପୂର୍ବ ଭାରତର ଏକମାତ୍ର ସ୍କୁଲ ଭାବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ୟୁକେ ପକ୍ଷରୁ ‘ରାଉଣ୍ଡ ସ୍କୋୟାର’ ମାନ୍ୟତା ପ୍ରଦାନ କରାଯାଇଛି। ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଲାଗି ଶ୍ରେଣୀଗୃହ ଭିତର ଓ ବାହାର ଶିକ୍ଷାର ବିକାଶ ସହ ବ୍ୟକ୍ତିଗତ ବିକାଶ ପାଇଁ ଏହି ସଦସ୍ୟତା ଏକ ସୁଯୋଗ। ଯାହା ସମସ୍ତଙ୍କ ପାଇଁ ସକାରାତ୍ମକ ଉପଲବ୍ଧି ଆଣିପାରିବ ବୋଲି ସ୍କୁଲ କର୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି।

୬ଟି ମହାଦେଶର ୫୦ଟି ଦେଶର ୨୦୦ଟି ସମାନ ଚିନ୍ତାଧାରା ବିଶିଷ୍ଟ ସ୍କୁଲଗୁଡ଼ିକର ଏକ ଅନ୍ତର୍ଜାତୀୟ ନେଟୱାର୍କ ହେଉଛି ‘ରାଉଣ୍ଡ ସ୍କୋୟାର ସମ୍ମାନ’। ଯାହାକି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଓ ଏହାର ଅନୁଭୂତିକୁ ସଂଯୋଗ ଓ ସହଯୋଗ କରିଥାଏ। ଅନ୍ତଃରାଷ୍ଟ୍ରୀୟତା, ଲୋକତନ୍ତ୍ର, ପର୍ଯ୍ୟାବରଣବାଦ, ସାହସିକ କାର୍ଯ୍ୟ, ନେତୃତ୍ୱ ଓ ସେବା ଆଦି ୬ଟି ଆଦର୍ଶ ଶିକ୍ଷା ଦୃଷ୍ଟିକୋଣକୁ ବିଚାର କରି ଏହି ସଦସ୍ୟତା ପ୍ରଦାନ କରାଯାଇଥାଏ। ସଦସ୍ୟତା ମାଧ୍ୟମରେ ଛାତ୍ରଛାତ୍ରୀ ବାସ୍ତବିକ ଜୀବନରେ ବୌଦ୍ଧିକ କ୍ଷମତା, ଚରିତ୍ର ଗଠନ ସହ ସମ୍ପୂର୍ଣ୍ଣ ବିକଶିତ ହୋଇପାରି‌ବେ। ଏହାଦ୍ୱାରା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଇଁ ପ୍ରବେଶ କରିବା ବହୁତ ସହଜ ହେବା ସହ ବିଭିନ୍ନ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକରେ ଭାଗନେବାର ସୁଯୋଗ ମଧ୍ୟ ମିଳିପାରିବ। ବିଭିନ୍ନ ସେବା ପରିଯୋଜନା ଓ ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ବିଭିନ୍ନ ଦେଶଗୁଡ଼ିକ ବିଷୟରେ ଜାଣିବା ସହ ସେମାନଙ୍କର ପାରିପାର୍ଶ୍ବିକ ଜ୍ଞାନ ବିକଶିତ ହୋଇପାରିବ। ଏହି ସମ୍ମାନ ଦ୍ୱାରା ସ୍କୁଲକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର ଲକ୍ଷ୍ୟ ଦିଗରେ ଆହୁରି ସହଜ ହୋଇପାରିବ ବୋଲି ହୋଟେଲ୍ ସ୍ୱସ୍ତିଗ୍ରାଣ୍ଡରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେୟାରମ୍ୟାନ୍ ବିଜୟ କୁମାର ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସ୍କୁଲର ପ୍ରିନ୍ସପାଲ୍ ହରିଶ୍ ସାନ୍ଦୁଜା ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସ୍କୁଲର ସହଭାଗିତା ବିଷୟରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe