ଚନ୍ଦ୍ରଶେଖରପୁର: ସାଇ ଇଣ୍ଟର୍ନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ‘ସାଇ ଓଡିସି-୨୦୨୫’ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସହ ସମୟ ବିତାଇଥିଲେ। ଛାତ୍ରଛାତ୍ରୀମାନେ ନିୟମିତ ଶିକ୍ଷା ସହିତ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ଆହ୍ବାନ ଦେଇଥିଲେ। ସ୍କୁଲ୍ର ପିଲାମାନଙ୍କର ସୃଜନଶୀଳତାର ପରିପ୍ରକାଶକୁ ଶ୍ରୀମତୀ ପଟ୍ଟନାୟକ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।
ବାଦ୍ୟ କଳାକାରମାନଙ୍କ ସ୍ବାଗତ ସଙ୍ଗୀତରୁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ସ୍କୁଲ୍ ପକ୍ଷରୁ ପ୍ରକାଶିତ ‘ବିବିଧ ପତ୍ରିକା, ସାଇ ଅର୍ଥଶାସ୍ତ୍ର, ସାଇ ଭିସ୍ତାରିକା, ସାଇ ଚକ୍ରବ୍ୟୂହ ଓ ସାଇ ଏୗତିହ୍ୟ ପୁସ୍ତକଗୁଡ଼ିକୁ ଶ୍ରୀମତୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ୍ ଅଧ୍ୟକ୍ଷ ଶିଳ୍ପୀ ସାହୁ, ସିନିୟର ପ୍ରିନ୍ସିପାଲ ନୀଳକଣ୍ଠ ପାଣିଗ୍ରାହୀ, ସେକେଣ୍ଡାରି ପ୍ରିନ୍ସିପାଲ ପ୍ରକାଶ କୁମାର ସାହୁ ଅତିଥିଭାବେ ଯୋଗଦେଇ ପୁସ୍ତକ ସମ୍ପାଦନାରେ ସହଯୋଗ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉନ୍ମୋଚିତ ହୋଇଥିବା ପୁସ୍ତକରେ ସୃଜନଶୀଳତା, ଅଧ୍ୟବସାୟ, ଛାତ୍ର ଜୀବନ, ଅନୁସନ୍ଧାନ, ସମର୍ପଣ, ସାମଗ୍ରିକ ଅଭିବୃଦ୍ଧି, ସମାଲୋଚନାମୂଳକ ଚିନ୍ତାଧାରା ଏବଂ ନେତୃତ୍ୱ ଦକ୍ଷତା ସମ୍ପର୍କରେ ପିଲାଙ୍କୁ ଅନେକ ଶିକ୍ଷା ମିଳିବ ବୋଲି ମୁଖ୍ୟଅତିଥି କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us