ବଲାଙ୍ଗୀର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଁଇତଳା ବ୍ଳକଠାରେ ଏକ କରୋନା ସମୀକ୍ଷା ବୈଠକ କରିଥିଲେ। ଏଥିରେ ସେ ପଞ୍ଚାୟତ ସ୍ତରରେ କରୋନା ପ୍ରସ୍ତୁତି ବିଷୟରେ ପଚାରି ବୁଝିଛନ୍ତି।
ଏହାଛଡ଼ା ନିର୍ମିତ ସାମାୟିକ ସ୍ବାସ୍ଥ୍ୟ ଶିବିର, ଗରିବ ଓ ନିରାଶ୍ରୟମାନଙ୍କୁ ଖାଦ୍ୟ ଯୋଗାଣ ତଦାରଖ କରିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ମାନି ସମସ୍ତେ ଘରେ ରହିବାକୁ ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଅନୁରୋଧ କରିଛନ୍ତି।
ସଁଇତଳାରେ ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ
Advertisment
Follow Us