ପୁରୀ : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଯୋଗ ଦେବାକୁ ଆସିଥିବା ଜେଏସ୍ଡବ୍ଲୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ୍ ଜିନ୍ଦଲ ଓ ତାଙ୍କ ପତ୍ନୀ ସଂଗୀତା ଜିନ୍ଦଲ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସପତ୍ନୀକ ମହାପ୍ରଭୁଙ୍କ ଦର୍ଶନ କରି ସେ େବଶ ଆନନ୍ଦିତ ବୋଲି କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସଜ୍ଜନ୍ କହିଥିଲେ ଯେ, ଓଡ଼ିଶା ହେଉଛି ଭାରତର ଏକ ପ୍ରମୁଖ ଅଙ୍ଗ। ବର୍ତ୍ତମାନ ଓଡ଼ିଶା ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି। ଆଗକୁ ମଧ୍ୟ ଓଡ଼ିଶାର ଆହୁରି ବିକାଶ ହେବ ବୋଲି ସେ କହିଥିଲେ। ଶ୍ରୀ ଜିନ୍ଦଲ ରବିବାର ରାତି ୮ଟା୩୦ରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଭିତରକାଠ ନିକଟରୁ ସପତ୍ନୀକ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀ ଜିନ୍ଦଲ ତାଙ୍କ କୌଳିକ ପଣ୍ଡାଙ୍କ ଖାତାରେ ମଧ୍ୟ ଦସ୍ତଖତ କରିଥିଲେ। ରାତି ୯ଟା ୧୦ରେ େସ ମନ୍ଦିରରୁ ବାହାରିଥିଲେ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ସଜ୍ଜନ ଜିନ୍ଦଲ
Advertisment
Follow Us