ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅଞ୍ଚଳରେ ଗତକାଲି ରାତି ୧୧ଟାରୁ ଆଜି ସନ୍ଧ୍ୟା ୭ଟା ୩୦ ମଧ୍ୟରେ ତିନି ଥର ବୋମାମାଡ଼ ହୋଇଛି। ଗତକାଲି ରାତି ୧୧ଟାରେ ସାକ୍ଷୀଗୋପାଳ-ଅଳଗୁମ ରାସ୍ତାର ବନପୁର ନିକଟରେ ଏକ ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ଦୁଇଟି ବୋମା ମାଡ଼ ହୋଇଥିଲା। ଏହାପରେ ରାତି ପ୍ରାୟ ୧୧ଟା ୪୫ରେ ସେନାପତି ସାହିର ରାମଚନ୍ଦ୍ର ସେନାପତିଙ୍କ ଘର କବାଟ ବାଡ଼େଇଥିଲେ ଦୁଇଜଣ ଯୁବକ। ରାମଚନ୍ଦ୍ରଙ୍କ ପତ୍ନୀ ବାସନ୍ତୀ ଦୁଆର ଖୋଲିବା ପରେ ଯୁବକଦ୍ବୟ ତାଙ୍କ ପୁଅ ନାଗାର୍ଜୁନ ଅଛି କି ବୋଲି ପଚାରିଥିଲେ। ବାସନ୍ତୀ ମନା କରିବା ପରେ ଦୁଇ ଯୁବକ ରାସ୍ତା ଉପରେ ରଖିଥିବା ବାଇକ୍ ନିକଟକୁ ଆସି ତାଙ୍କ ଘର ଛାତ ଉପରକୁ ଏକ ବୋମା ଫିଙ୍ଗିଥିଲେ। ବୋମାଟି ଖୁବ୍ ଜୋର୍ରେ ଫୁଟିଥିଲା। ଏହା ପରେ ଯୁବକଦ୍ବୟ ‘ହାପି ଦିୱାଲି’ କହି ସେଠାରୁ ଶ୍ରୀରାମଚନ୍ଦ୍ରପୁର ରାସ୍ତାରେ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ରାମଚନ୍ଦ୍ର ଗତକାଲି ରାତିରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ।
Gang rape again: ରାଜଧାନୀରେ ପୁଣି ଗଣଦୁଷ୍କର୍ମ: ଚାକିରି ଦେବାକୁ ଡାକି ଫସାଇଥିଲେ, ୨ ଗିରଫ
ଅନ୍ୟପକ୍ଷରେ ଆଜି ଅପରାହ୍ଣ ପ୍ରାୟ ୩ଟାରେ ସାକ୍ଷୀଗୋପାଳ ବଡ଼ବଜାରରେ ଏକ ବାଇକ୍ରେ ଦୁଇ ଜଣ ଯୁବକ ସାକ୍ଷୀଗୋପାଳ ବସଷ୍ଟାଣ୍ଡ୍ରୁ ସାକ୍ଷୀଗୋପାଳ ମନ୍ଦିର ଆଡକୁ ଆସୁଥିଲେ। ବାଇକ୍ ପଛରେ ବସିଥିବା ଯୁବକ ଜଣକ ଦୁଇ ହାତରେ ଦୁଇଟି ବୋମା ଧରିଥିଲା। ଖବର ପାଇ ସତ୍ୟବାଦୀ ପୁଲିସ ବୋମା ଧରିଥିବା ଯୁବକକୁ କାବୁ କରି ନେଇଥିଲା। ସେହିପରି ଆଜି ରାତି ସାଢ଼େ ୭ଟା ସମୟରେ ସାକ୍ଷୀଗୋପାଳ ଅଣ୍ଡର୍ପାସ୍ ଓଭରବ୍ରିଜ୍ ଉପରୁ ତଳକୁ ଦୁଇଟି ବୋମା ମାଡ଼ ହୋଇଥିଲା। ରବି ସାମନ୍ତରାୟଙ୍କ କ୍ୟାବିନ୍ ଉପରେ ବୋମା ଫୁଟିବାରୁ ତାଙ୍କ କ୍ୟାବିନ ଟିଣ କଣା ହୋଇଯାଇଛି। ପୁରୀ ଏସ୍ପି ପ୍ରତୀକ ସିଂ, ଅତିରିକ୍ତ ଏସ୍ପି ସଚିନ ପଟେଲ, ଏସ୍ଡିପିଓ ଦେବାଶିଷ ମିଶ୍ର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଘଟଣାରେ ଜଣେ ଯୁବକକୁ ଅଟକ ରଖାଯାଇଛି। ତଦନ୍ତ ଚାଲିଛି, ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟକେତନ ବେହେରା କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/07/bombing-2025-08-07-06-42-08.jpg)