ସମ୍ବାଦ ପ୍ରଭାବ: ଟ୍ରାଇ ସାଇକେଲ୍‌ ମିଳିଲା ପରେ ସାଖିନା ମୁଁହରେ ହସ ଫୁଟିଲା

ସମ୍ବାଦ ପ୍ରଭାବ: ଟ୍ରାଇ ସାଇକେଲ୍‌ ମିଳିଲା ପରେ ସାଖିନା ମୁଁହରେ ହସ ଫୁଟିଲା

ଘୁ.ଉଦୟଗିରି: ୧୧ ବର୍ଷ ବୟସର ଦିବ୍ୟାଙ୍ଗ ଝିଅ ସାଖିନା କହଁରକୁ ଶେଷରେ ଟ୍ରାଇସାଇକେଲ୍‌ ମିଳିଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଟ୍ରାଇସାଇକେଲ୍‌ ମିଳିବା ପରେ ସାଖିନାର ମୁହଁରେ ହସ ଦେଖିବାକୁ ମିଳିଛି। ଝିଅକୁ ଟ୍ରାଏ ସାଇକେଲ ମିଳିବା ପରେ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ୯ ନମ୍ବର ୱାର୍ଡ  ଡୁଗୁଡ଼ିପାରି (ରୋଡ଼ ସାହି)ର ଲାବନ୍ କୁମାର କହଁର ପ୍ରଶାସନକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।

ସରକାର ଭିନ୍ନକ୍ଷମଙ୍କ ପାଇଁ ବହୁବିଧ ଯୋଜନା କରିବା ସହ ବିଭିନ୍ନ ପ୍ରକାର ସରଞ୍ଜାମ ଯୋଗେଇଦେଉଛନ୍ତି। କିନ୍ତୁ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ୯ ନମ୍ବର ୱାର୍ଡ  ଡୁଗୁଡ଼ିପାରି (ରୋଡ଼ ସାହି)ର ୧୧ ବର୍ଷର ଝିଅ ସାଖିନା କହଁର ଜନ୍ମରୁ ଜଣେ ଶାରୀରିକ ଓ ମାନସିକ ଭିନ୍ନକ୍ଷମ ହୋଇଥିଲେ ବି ସରକାରୀ ସହାୟତା ମିଳି ନଥିଲା। ପରିବାର ଲୋକେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି ଜଣେଇବା ପରେ ମଧ୍ୟ ଭିନ୍ନକ୍ଷମଙ୍କ ନିମନ୍ତେ ସରକାରଙ୍କ ତରଫରୁ ଏକ ଟ୍ରାଇ ସାଇକେଲ ଟିଏ ଅଧିକାରୀମାନେ ଯୋଗାଇ ଦେଇପାରିନଥିଲେ। ତେଣୁ ଏସଂପର୍କରେ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ସାଖିନାଙ୍କ ବାପାଙ୍କୁ ବ୍ଲକକୁ ଡାକି ଝିଅ ପାଇଁ ଏକ ନୂଆ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି। ସ୍ଥାନୀୟ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ  ସାଖିନାଙ୍କ ବିଷୟରେ ଖବର ପାଇ ସେ କିଭଳି ଗୋଟିଏ ଟ୍ରାଇ ସାଇକଲ ପାଇପାରିବେ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe