ଶାଳଦେଇ ହତ୍ୟାକାଣ୍ଡ: ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

ସୁଆଁପଦା‌ରେ ତୀବ୍ର ଉତ୍ତେଜନା, ପୁଲିସ ମୁତୟନ

ଶାଳଦେଇ ହତ୍ୟାକାଣ୍ଡ: ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଆନନ୍ଦପୁର,: ଘସିପୁରା ବ୍ଲକ୍‌ ଶାଳଦେଈ ଗ୍ରାମରେ ବାଲିଘାଟ କେନ୍ଦ୍ରକରି ଗ୍ରାମର ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ଖୋଦ୍‌ ଘସିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ସମ୍ପୃକ୍ତ ଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆଜି ସନ୍ଧ୍ୟାରେ ଶତାଧିକ ଲୋକେ ସୁଆଁପଦା ଛକରେ ଶବ ରଖି ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

କଟକ ବଡ଼ଡାକ୍ତରଖାନାରେ ମୃତ ମଲ୍ଲୀ ଜେନାଙ୍କ ଶବ ବ୍ୟବଚ୍ଛେଦ ହୋଇ ସନ୍ଧ୍ୟା ପ୍ରାୟ ୮ଟାବେଳେ ସୁଆଁପଦା ଛକରେ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ରାସ୍ତାରେ ଉପରେ ଟାୟାର ଜାଳି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଘସିପୁରା ବ୍ଲକ୍‌ ଅଧ୍ୟକ୍ଷା ସୁଜାତା ସାହୁଙ୍କ ସ୍ବାମୀ ମଦନ ମୋହନ ସାହୁ (ବବନ)ଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାର ଉଭୟ ପା‌ର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲେ। ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ରାମଚନ୍ଦ୍ରପୁର ଥାନା ଅଧିକାରୀ ଅବିନାଶ ପରିଡ଼ା ପୁଲିସ ଫୋର୍ସ ନେଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe