ବିନା ପାନୀୟ ଜଳରେ ଚାଲିଛି ସଲାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର

ସରକାର ଛାତ୍ରଛାତ୍ରୀ ତଥା ଅଙ୍ଗନବାଡ଼ି କେନ୍ଦ୍ରର କୋମଳମତି ଶିଶୁମାନଙ୍କ ପାଇଁ ପାନୀୟ ଜଳ ସହ ପାଚେରୀ ବ୍ୟବସ୍ଥା କରୁଥିବା ବେଳେ ତାହା କେଉଁଠି କାର୍ଯ୍ୟକାରି ହୋଇ ପାରୁଛି ତ କେଉଁଠି ଆଜି ପର୍ଯ୍ୟନ୍ତ ବି ସୁବିଧା ପହଞ୍ଚି ପାରୁନି...

Salaguda Anganwadi Center is running without drinking water

Salaguda Anganwadi Center is running without drinking water Photograph: (sambad.in)

କନ୍ଧମାଳ: ସରକାର ଛାତ୍ରଛାତ୍ରୀ ତଥା ଅଙ୍ଗନବାଡ଼ି କେନ୍ଦ୍ରର କୋମଳମତି ଶିଶୁମାନଙ୍କ ପାଇଁ ପାନୀୟ ଜଳ ସହ ପାଚେରୀ ବ୍ୟବସ୍ଥା କରୁଥିବା ବେଳେ ତାହା କେଉଁଠି କାର୍ଯ୍ୟକାରି ହୋଇ ପାରୁଛି ତ କେଉଁଠି ଆଜି ପର୍ଯ୍ୟନ୍ତ ବି ସୁବିଧା ପହଞ୍ଚି ପାରୁନି। ଏମିତି ଅବ୍ୟବସ୍ଥାରେ ଚାଲୁଥିବା ଅଙ୍ଗନୱାଡ଼ି କେନ୍ଦ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ।

ସଲାଗୁଡ଼ା ଅଙ୍ଗନବାଡି କେନ୍ଦ୍ରରେ ମୋଟ ୩୧ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏହି କେନ୍ଦ୍ରରେ ସଲାଗୁଡ଼ା ଗ୍ରାମର ସୁଣ୍ଡି ନାଜୁ ଅଡୁନାଜୁ ସାଇନାଜୁ ମିଅନାଜୁ ଗାଁର ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି।

ଗାଁରେ ସର୍ବ ମୋଟ ୪୫ ପରିବାର ଅଛନ୍ତି। କିନ୍ତୁ ଆଜି ବି ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ଓ ପାଚେରୀ ସୁବିଧା ନାହିଁ। ପାଣି ପାଇଁ ଅଙ୍ଗନବାଡ଼ି ସହାୟକ ଗାଁରେ ଥିବା ସ୍କୁଲର ନଳକୂପରୁ ପାଣି ବୋହି ଅଙ୍ଗନବାଡ଼ିକୁ ଆଣୁଛନ୍ତି। ପାଣି ନେଇ ବର୍ଷ ତମାମ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ ନାହିଁ: ସରକାରଙ୍କ ସତ୍ୟପାଠ

ବହୁବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ନଳକୂପ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଗତ କିଛି ମାସ ହେବ ବିଦ୍ୟୁତ୍ ତାର ସଂଯୋଗ ହୋଇପାରିଛି ସତ କିନ୍ତୁ ଆଜି ବି ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ତାହା ନଷ୍ଟ ହେବାକୁ ବସିଛି। ତାର କିଛି ଜାଗାରେ ଛିଣ୍ଡି ନଷ୍ଟ ହୋଇଯାଇଛି। ତୁରନ୍ତ ପାଣି ଓ ପାଚେରୀ ବ୍ୟବସ୍ଥା କରିବା ସହ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଏକ ନଳକୂପ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ୟୁପି ବିଧାନସଭା ପରିସରରେ ପାନଛେପ ପକାଇବା ସମୟରେ ଧରାପଡ଼ିଲେ ହେବ ଜରିମାନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe