ସଲାମ୍‌ ଲୋକେଶ୍ବରୀ

Advertisment

ମହିଳାମାନେ ଆଉ ପୂର୍ବ ପରି ଘର ଏରୁଣ୍ଡି ଭିତରେ ବାନ୍ଧି ହୋଇ ରହିନାହାନ୍ତି। ସଶକ୍ତ ଓ ସ୍ବାବଲମ୍ବୀ ହୋଇଛନ୍ତି। ସେଥିପାଇଁ ତ ମହିଳାମାନଙ୍କୁ ସଲାମ କରୁଛି ସାରା ବିଶ୍ବ। ତାଙ୍କ ପାଇଁ ଆଜି ଦିନଟି ପାଳନ ହେଉଛି।

ମହିଳାମାନେ ଆଉ ପୂର୍ବ ପରି ଘର ଏରୁଣ୍ଡି ଭିତରେ ବାନ୍ଧି ହୋଇ ରହିନାହାନ୍ତି। ସଶକ୍ତ ଓ ସ୍ବାବଲମ୍ବୀ ହୋଇଛନ୍ତି। ସେଥିପାଇଁ ତ ମହିଳାମାନଙ୍କୁ ସଲାମ କରୁଛି ସାରା ବିଶ୍ବ। ତାଙ୍କ ପାଇଁ ଆଜି ଦିନଟି ପାଳନ ହେଉଛି।

00

ରାଉରକେଲା/ବନ୍ଧମୁଣ୍ଡା: ମହିଳାମାନେ ଆଉ ପୂର୍ବ ପରି ଘର ଏରୁଣ୍ଡି ଭିତରେ ବାନ୍ଧି ହୋଇ ରହିନାହାନ୍ତି। ସଶକ୍ତ ଓ ସ୍ବାବଲମ୍ବୀ ହୋଇଛନ୍ତି। ସେଥିପାଇଁ ତ ମହିଳାମାନଙ୍କୁ ସଲାମ କରୁଛି ସାରା ବିଶ୍ବ। ତାଙ୍କ ପାଇଁ ଆଜି ଦିନଟି ପାଳନ ହେଉଛି। ସେମିତି ଜଣେ ମହିଳା ହେଲେ ରାଉରକେଲା ବନ୍ଧମୁଣ୍ଡାର ଲୋକେଶ୍ବରୀ କୁମାରୀ। ନିଜର ଅଦମ୍ୟ ଚେଷ୍ଟା ଓ ସାହସ ତାଙ୍କୁ ସଫଳତା ଆଣିଦେଇଛି। ଦିନେ ଗାଁରେ ଠିକ୍‌ ଭାବେ ସାଇକଲ ଚଳାଇ ପାରୁନଥିବା ଲୋକେଶ୍ବରୀ ଆଜି ବନିଯାଇଛନ୍ତି ‌ଟ୍ରେନ୍‌ ଚାଳକ (ସହ ଲୋକୋ-ପାଇଲଟ୍‌)। ରେଳ ଧାରଣାରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଦୌଡ଼ାଉଛନ୍ତି ଟ୍ରେନ୍‌। ସାଧାରଣତଃ ଟ୍ରେନ୍‌ ଚଳାଉଥିବା ଅଧିକାଂଶ ଲୋକୋ ପାଇଲଟ୍‌ କିମ୍ବା ସହାୟକ ଲୋକୋ-ପାଇଲଟ୍‌ ପୁରୁଷ ହୋଇଥାନ୍ତି। ଏବେ କିନ୍ତୁ ମହିଳାମାନେ ମଧ୍ୟ ପୁରୁଷଙ୍କ ସମକକ୍ଷ ହୋଇସାରିଲେଣି। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଲୋକେଶ୍ବରୀ। ଭାରତୀୟ ରେଳବାଇର ଜଣେ ସଫଳ ଟ୍ରେନ୍‌ ଚାଳକ ଭାବେ ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ଲୋକେଶ୍ବରୀଙ୍କ ଭଳି ଅନେକ ମହିଳା ଆଜି ଉଭୟ ମାଲଗାଡ଼ି, ପାସେଞ୍ଜର୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍ ଚଳାଉଛନ୍ତି। 

ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଧାନବାଦ କୋୟଲାନଗର ବାସିନ୍ଦା ଲୋକେଶ୍ବରୀ କୁମାରୀ ବି.ଟେକ୍‌ ପଢ଼ା ଶେଷ କରିବା ପରେ ଲୋକୋ-ପାଇଲଟ୍‌ ହେବାକୁ ଲକ୍ଷ୍ୟ ରଖିଥିଲେ। ଲକ୍ଷ୍ୟ ହାସଲ ପାଇଁ ଆର୍‌ଆର୍‌ବି (ରେଲୱେ ରିକ୍ରୁଟ୍‌ମେଣ୍ଟ ବୋର୍ଡ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଦିନରାତି କଠିନ ପରିଶ୍ରମ କରୁଥିଲେ। ଶେଷରେ ଅଭିଳାଷ ପୂରଣ ହୋଇଥିଲା। ୨୦୨୧ ନଭେମ୍ବରରେ ଆର୍‌ଆର୍‌ବି ଜରିଆରେ ସହକାରୀ ଲୋକୋ-ପାଇଲଟ୍‌ ଚାକିରି ପାଇଥିଲେ। ପରେ ରାଉରକେଲା ବନ୍ଧମୁଣ୍ଡାରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେବେଠୁ ଚକ୍ରଧରପୁର ମଣ୍ଡଳ ଅଧୀନରେ ସହାୟକ ଲୋକୋ-ପାଇଲଟ୍‌ ଭାବେ କାମ କରୁଛନ୍ତି। ମହିଳା ହେଲେ ମଧ୍ୟ କେବେ ସେ ଭାଙ୍ଗି ପଡ଼ିନାହାନ୍ତି। ତାଙ୍କର କାମ କରିବାର ଶୈଳୀ ରେଳ ବିଭାଗରେ ତାଙ୍କୁ ଏକ ନିଆରା ପରିଚୟ ଦେଇଛି। ରାତି ହେଉ ବା ଦିନ, ଟ୍ରେନ୍‌କୁ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ଶତପ୍ରତିଶତ ପ୍ରୟାସ କରିଥାନ୍ତି। ବାପା ଗଣେଶ କୁମାର ଧାନବାଦ କୋଲ୍‌ ଇଣ୍ଡିଆର ଜଣେ କର୍ମଚାରୀ, ମା’ ପୁଷ୍ପାଦେବୀ ଗୃହଣୀ। ଲୋକେଶ୍ବରୀ କହିଛନ୍ତି, ଟ୍ରେନ୍‌ ଚଳାଇବା ବହୁତ ବିପଜ୍ଜନକ କାମ। ସାମାନ୍ୟ ଟିକେ ଅବହେଳା ହେଲେ ବଡ଼ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ହେଲେ ସେ କେବେ ଏହି କାମକୁ କଷ୍ଟ ବୋଲି ଭାବିନାହାନ୍ତି। ସର୍ବଦା ବରିଷ୍ଠ ଟ୍ରେନ୍‌ ଚାଳକମାନଙ୍କଠାରୁ ଟ୍ରେନ୍‌ ଚଳାଇବାର ବିଭିନ୍ନ କୌଶଳ ଶିଖିଥାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଯେତେବେଳେ ପୁରୁଷ ହେଉ ଅବା ମହିଳା ସହକର୍ମୀ ତାଙ୍କୁ ଟ୍ରେନ୍‌ ଚଳାଉଥିବାର ଦେଖନ୍ତି, ସମସ୍ତେ  ବେଶ୍‌ ଖୁସି ହୁଅନ୍ତି। କନିଷ୍ଠ ପରିଶ୍ରମ କରନ୍ତୁ, ସଫଳତା ନିଶ୍ଚିତ ଆସିବ। ଏହି ଆପ୍ତବାକ୍ୟକୁ ଦୋହରାଇଛନ୍ତି ଲୋକେଶ୍ବରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe