ଷଷ୍ଠ ସାଳନ୍ଦୀ ବହିମେଳା ଉଦ୍‌ଘାଟିତ: ଇଣ୍ଟରନେଟ୍‌ ଯୁଗରେ ବି ବହିର ଆଦର କମିନି

Advertisment
ଷଷ୍ଠ ସାଳନ୍ଦୀ ବହିମେଳା ଉଦ୍‌ଘାଟିତ: ଇଣ୍ଟରନେଟ୍‌ ଯୁଗରେ ବି ବହିର ଆଦର କମିନି

ଭଦ୍ରକ: ଏବେ ଇଣ୍ଟରନେଟ୍‌ ଓ ହ୍ବାଟସ୍‌ଅପ୍‌ ଯୁଗରେ ପୁସ୍ତକ ପ୍ରତି ପାଠକୀୟ ଆଗ୍ରହ କମିଛି। ଏହା ସତ୍ତ୍ବେ ବହି ପଢ଼ିବା ବା କିଣିବା ପାଇଁ ଲୋକଙ୍କର ଆଗ୍ରହ କମିନାହିଁ। ନିଶ୍ଚିତ ଭାବେ ଏହା ଏକ ଶୁଭ ଲକ୍ଷଣ। ବହି ପଢ଼ିବା ପାଇଁ ଏକ ମନର ଆବଶ୍ୟକତା ରହିଛି ବୋଲି ସାଳନ୍ଦୀ ବହି ମେଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ‘ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଭଦ୍ରକ ମନମୋହନ ସ˚ଗୀତ ପରିଷଦ ପରିସରରେ ଆୟୋଜିତ ସାଳନ୍ଦୀ ବହିମେଳା‌କୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ ଯେ, ଅତୀତର ଗୌରବମୟ ଇତିହାସ ବର୍ତ୍ତମାନ ଅବକ୍ଷୟମୁଖୀ ହୋଇଛି ବୋଲି ଆମେ ତଥାକଥିତ କିଛି ବୁଦ୍ଧିଜୀବୀ କହୁଛୁ। ସମସ୍ତେ କହୁଛନ୍ତି, ସେ କାଳ ପଖାଳ ଆଉନାହିଁ। ପରିବେଶ ଖରାପ ହୋଇଗଲାଣି। ହେଲେ ଆମେ ବ୍ୟସ୍ତ ଓ ବିବ୍ରତ ହେବା ଉଚିତ ନୁହେଁ। ଦୁନିଆ ପରିବର୍ତ୍ତନଶୀଳ। ତେଣୁ ଆମ ଜୀବନଶୈଳୀରେ ପରିବର୍ତ୍ତନ ହେବା ସ୍ବାଭାବିକ। ପରିବର୍ତ୍ତନକୁ ମଧ୍ୟ ଆମେ ଗ୍ରହଣ କରିବା ଉଚିତ। ଯେ ପର୍ଯ୍ୟନ୍ତ ଆମ ଭାଷା, ସାହିତ୍ୟ, ସଂସ୍କୃତି ରହିଛି, ସେ ଯାଏ ବହିର ଆଦର ରହିଥିବ। ଏବେ ବହି କଥା କହିଲେ, କେବଳ କାଗଜର ମୁଦ୍ରିତ ପୁସ୍ତକକୁ ବୁଝାଉନାହିଁ। ବର୍ତ୍ତମାନ ଇ-ବୁକ୍‌ ଆସିଲାଣି। ପେନ୍‌ ଡ୍ରାଇଭରେ ଏକ ବିଶାଳ ଲାଇବ୍ରେରୀର ପୁସ୍ତକ ରହିପାରୁଛି। ତେଣୁ ବହିର ପରିଭାଷା ମଧ୍ୟ ବଦଳିବାକୁ ଆରମ୍ଭ କରିଛି। ବହିମେଳାର ସଭାପତି ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସଭାରେ ମୁଖ୍ୟଅତିଥି ଭାବେ ସା˚ସଦ ମଞ୍ଜୁଲତା ମଣ୍ତଳ ଓ ଅନ୍ୟତମ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ପଣ୍ତିତ ସ˚ଗ୍ରାମ ଆଚାର୍ଯ୍ୟ ବହିମେଳାର ଦିଗଦିଗନ୍ତ ସ˚ପର୍କରେ ଆଲୋଚନା କରିଥିବା ବେଳେ ସମ୍ମାନିତ ଅତିଥି ବିଶିଷ୍ଟ କବି ତଥା ଯାଜପୁର ଜିଲ୍ଲାପାଳ ର˚ଜନ କୁମାର ଦାସ ପୁସ୍ତକ ମେଳା ଆୟୋଜନ ଦ୍ବାରା ଜ୍ଞାନର ପରିପ୍ରକାଶ ହୋଇଥାଏ ବୋଲି କହିଥି‌ଲେ।

ପ୍ରାରମ୍ଭରେ ସ˚ପାଦକ ଅଭିଜିତ ନାୟକ ସ୍ବାଗତ ଭାଷଣ ସହ ବିବରଣୀ ପାଠ କରିଥିଲେ। ମନମୋହନ ସ˚ଗୀତ ପରିଷଦର ଛାତ୍ରଛାତ୍ରୀମାନେ ସ୍ବାଗତ ସ˚ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଡ.ପ୍ରଭାତ ନଳିନୀ ମହାପାତ୍ରଙ୍କ କବିତା ସ˚କଳନ ‘ଜୀବନର ଯେତେ ର˚ଗ, ଶିକ୍ଷାବିତ ଅଚ୍ୟୁତାନନ୍ଦ ନାୟକଙ୍କ କବିତା ପୁସ୍ତକ ‘ଈଶ୍ବରଙ୍କ ଠିକଣା ଓ ଉପନ୍ୟାସ ‘ସମୟର ସୁଅ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସହ ସ˚ପାଦକ ପ୍ରଫୁଲ୍ଲ କୁମାର ନାୟକ ଧନ୍ୟବାଦ ଦେଇଥିଲେ। ଶେଷରେ ‘କ୍ରିଏଟିଭ୍‌ ଆର୍ଟସ୍‌ର କଳାକାରମାନଙ୍କ ଦ୍ବାରା ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe