ସାଳନ୍ଦୀ ସଂସ୍କାର ଯୋଜନା ବାଟବଣା

Advertisment

ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ପାଇଁ ହୋଇଥିବା ସରକାରଙ୍କ ସଂସ୍କାର ଯୋଜନା ବାଟବଣା। ୨୦୦୬-୦୭ ମସିହାରୁ ଅଦ୍ୟାବଧି ୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନଦୀର ପୁନରୁଦ୍ଧାର ହୋଇନାହିଁ।

ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ପାଇଁ ହୋଇଥିବା ସରକାରଙ୍କ ସଂସ୍କାର ଯୋଜନା ବାଟବଣା। ୨୦୦୬-୦୭ ମସିହାରୁ ଅଦ୍ୟାବଧି ୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନଦୀର ପୁନରୁଦ୍ଧାର ହୋଇନାହିଁ।

hffhvbvb

ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ପାଇଁ ହୋଇଥିବା ସରକାରଙ୍କ ସଂସ୍କାର ଯୋଜନା ବାଟବଣା। ୨୦୦୬-୦୭ ମସିହାରୁ ଅଦ୍ୟାବଧି ୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନଦୀର ପୁନରୁଦ୍ଧାର ହୋଇନାହିଁ। ଅନ୍ୟପକ୍ଷରେ, ନଦୀ ଶୁଷ୍କପ୍ରାୟ ହୋଇପଡ଼ୁଥିବାରୁ ଏହା ନାଳ ପରି ଦିଶିଲାଣି। ଯାହାକି ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ସତର୍କଘଣ୍ଟି ସଦୃଶ। ଏଥିପ୍ରତି ଏବେଠୁ ଦୃଷ୍ଟି ଦିଆନଗଲେ, ଆଗାମୀଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। 

ସାଳନ୍ଦୀ ନଦୀର ଗର୍ଭ ପୋତିହେବା କାରଣରୁ ୧୯୯୯ ମସିହାରେ ପ୍ରଳୟଙ୍କରୀ ବନ୍ୟା ସମୟରେ ନଦୀକୂଳିଆବାସୀଙ୍କ ବହୁ ଧନଜୀବନ ହାନି ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ସାଳନ୍ଦୀ ସଂସ୍କାର ଯୋଜନା ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ୨୦୦୬-୦୭ରେ ୯୯ କୋଟି ଟଙ୍କା ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରକଳ୍ପର ଅଟକଳ ୧୪୪ କୋଟି ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ନଦୀ ଖନନ, ଡ୍ରେନେଜ୍‌ ବ୍ୟବସ୍ଥା ଓ ନଦୀବନ୍ଧ ନିର୍ମାଣ ବାବଦକୁ ୩୯ କୋଟି, ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦକୁ ୪୪ କୋଟି, ଦଶମୌଜା ଓ ଗୋପାଳିଆ କେନାଲ୍‌ ଖନନ ବାବଦକୁ ୮୦ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ନଦୀ ସଂସ୍କାର ଯୋଜନା ବାଟବଣା ହୋଇଛି। ଠିକ୍‌ ଭାବେ କାମ ହେଉ ନ ଥିବାରୁ ନଦୀ ଦଳ ଭର୍ତ୍ତି ହେବା ସହ ଅପରିଷ୍କାର ହୋଇଯାଉଛି। ପ୍ରତିବର୍ଷ ଦଳ ସଫା, ନଦୀଜଳକୁ ପ୍ରଦୂଷଣମୁକ୍ତ କରିବା ଓ କୂଳ ବନ୍ଧ ସୁରକ୍ଷା ନାଁ’ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। 

ଅନ୍ୟପକ୍ଷରେ,ଏବେ ନଦୀର ଜଳ ବହୁମାତ୍ରାରେ କମିଲାଣି। ନଦୀ ଏବେ ନାଳର ଭ୍ରମ ସୃଷ୍ଟି କରୁଛି। ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଏପରି ଅବସ୍ଥା ପରିବେଶବିତ୍‌ ତଥା ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି। ପରିବେଶବିତ୍‌ଙ୍କ କହିବା କଥା, ଖରା ବଢ଼ିଲେ ଜିଲ୍ଲାରେ ଜଳ ସମସ୍ୟା ଗମ୍ଭୀର ହେବା ନିଶ୍ଚିତ। ସାଳନ୍ଦୀରୁ ବାହାରିଥିବା ଜିଲ୍ଲାର କେନାଲ୍‌ ସବୁ ଶୁଖିଯାଇଛି। କେଉଁ କେନାଲ୍‌ରେ ପାଣି ନାହିଁ ତ କେଉଁ କେନାଲ୍‌ ଦଳ ଭର୍ତ୍ତି। ଆଉ କିଛି କେନାଲ୍‌ ପାଣି ନ ଆସିବାରୁ ପୋତି ହୋଇପଡ଼ିଛି। ଫଳରେ ଚାଷ କାମ ପ୍ରଭାବିତ ହେଉଛି। ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ୍‌ର ୬ ପଞ୍ଚାୟତ, ଭଦ୍ରକର ୧୦, ତିହିଡ଼ିର ୭ ଏବଂ ଚାନ୍ଦବାଲିର ୬ ପଞ୍ଚାୟତର ଚାଷୀ ଚାଷ ପାଇଁ ନଦୀ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥା’ନ୍ତି। ଏଥିସହିତ, କେତେକ ସ୍ଥାନରେ ନଦୀଗର୍ଭ ଜବରଦଖଲ ସାଙ୍ଗକୁ ବେଆଇନ ବାଲିଉଠାଣ, କମ୍ପାନି ଦ୍ୱାରା ଜଳ ଶୋଷଣ ଓ ଅଳିଆ ଆବର୍ଜନା ସଫେଇ ହେଉ ନଥିବା ମୁଖ୍ୟ ସମସ୍ୟା ପାଲଟିଛି। ନଦୀକୁ ନିୟମିତ ଭାବେ ବର୍ଜ୍ୟବସ୍ତୁ ଫିଙ୍ଗାଯାଉଛି। ସହରର ଦୂଷିତ ଜଳକୁ ସାଳନ୍ଦୀରେ ନ ମିଶାଗଲେ ଏବଂ ନଦୀଗର୍ଭକୁ ଖନନ କରାଗଲେ ପୁନରୁଦ୍ଧାର ହୋଇପାରିବ ଏବଂ ବନ୍ୟା ବିପଦରୁ ରକ୍ଷା ମିଳିପାରିବ ବୋଲି ମତପ୍ରକାଶ ପାଇଛି।    ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଳନ୍ଦୀ ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରୁ ବାହାରିବା ସହ କେନ୍ଦୁଝର ଜିଲ୍ଲା ଦେଇ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହୋଇଛି ଏବଂ ଚାନ୍ଦବାଲି ବ୍ଲକ୍ ତିନିତରଠାରେ ବୈତରଣୀ ନଦୀରେ ମିଶିଛି। ନଦୀ ଅତିକ୍ରମ କରୁଥିବା ଦୂରତା ୧୦୩ କିଲୋମିଟର ହେବ। ସାଳନ୍ଦୀ ଉପରେ କେନ୍ଦୁଝର ହଦଗଡ଼ଠାରେ ଏକ ବନ୍ଧ ମଧ୍ୟ ନିର୍ମାଣ କରାଯାଇଛି। ଲକ୍ଷାଧିକ ଚାଷୀ ସେହି ଜଳ ଦ୍ୱାରା ଉପକୃତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe