ଚୁକ୍ତିଭିତ୍ତିକ ଡାକ୍ତରୀ ଅଧ୍ୟାପକଙ୍କ ଦରମା ବଢ଼ିଲା: ପ୍ରଫେସର ପାଇବେ ୧ଲକ୍ଷ ୨୫ହଜାର

Advertisment
ଚୁକ୍ତିଭିତ୍ତିକ ଡାକ୍ତରୀ ଅଧ୍ୟାପକଙ୍କ ଦରମା ବଢ଼ିଲା: ପ୍ରଫେସର ପାଇବେ ୧ଲକ୍ଷ ୨୫ହଜାର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସରକାରୀ ମେଡିକାଲ କଲେଜଗୁଡ଼ିକରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କ ମାସିକ ଦରମାରେ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ହାରର ଦରମା ଚଳିତମାସ ପହିଲାରୁ ଲାଗୁ ହେବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ବୃଦ୍ଧି କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ସରକାରୀ ମେଡିକାଲ କଲେଜମାନଙ୍କରେ କାର୍ଯ୍ୟ କରୁଥିବା ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ସହକାରୀ ପ୍ରଫେସରମାନେ ମାସିକ ଯଥାକ୍ରମେ ୯୦ହଜାର, ୭୫ହଜାର ଓ ୬୦ହଜାର ଟଙ୍କା ପାଉଥିଲେ। ଏଣିକି ସେମାନଙ୍କୁ ମାସିକ ୧ଲକ୍ଷ ୨୫ହଜାର, ୧ଲକ୍ଷ ଓ ୭୫ହଜାର ଲେଖାଏଁ ପ୍ରଦାନ କରାଯିବ। ସେମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେଲେ ବାର୍ଷିକ ୩ ପ୍ରତିଶତ ହାରରେ ଦରମା ବୃଦ୍ଧି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe