ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି

Advertisment
୨୦୦ ଶିକ୍ଷକ ନିଖୋଜ, ଧରାଛୁଆଁ ଦେଉନାହାନ୍ତି କି ସ୍କୁଲ ଆସୁନାହାନ୍ତି

The Siasat Daily

ଭୁବନେଶ୍ୱର : ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଇଛି। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ମାସିକ ପାରିଶ୍ରମିକ ୩୨୦୦ରୁ ୫ହଜାର ୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ମାସିକ ୩୨୦୦ ଟଙ୍କାରେ ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିବା ଏବଂ ସେମାନେ ନିଜର ଦାୟିତ୍ୱକୁ ସୂଚାରୁରୂପେ ନିର୍ବାହ କରୁଥିବା ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ୨୦୦୭-୦୮ରେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଭିମୁଖୀ କରିବା, ବିଦ୍ୟାଳୟରେ ଯୋଗଦେବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ବହୁଭାଷୀ ଶିକ୍ଷକ (ଏମ୍‌ଏଲ୍‌ଇ-ଇଭିଏସ୍‌) ନିଯୁକ୍ତି ଦିଆଯାଇଥିଲା। ଅନୁସୂଚିତ ଅଞ୍ଚଳର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁକୂଳ ଶିକ୍ଷାଦାନ ଏବଂ ଅନୁସୂଚିତ ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି ପାଇଁ ୨୨୧ଜଣ ବହୁଭାଷୀ ଶିକ୍ଷକ ନିୟୋଜିତ କରାଯାଇଥିଲା। ସେମାନେ କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ୨୦୨୦ ନିର୍ଦ୍ଦେଶନାମା ଅନୁସାରେ ସେମାନେ ମାସିକ ୩୨୦୦ ଟଙ୍କା ପାରିଶ୍ରମିକ ପାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe