ଆନ୍ଦୋଳନ କରିଥିବା ଶିକ୍ଷକଙ୍କ ଦରମା ବନ୍ଦ: ୨ ମାସର ଦରମା ଓ ପୂଜା ଅଗ୍ରୀମ ଦେବା ପାଇଁ ଦାବିପତ୍ର

ଆନ୍ଦୋଳନ କରିଥିବା ଶିକ୍ଷକଙ୍କ ଦରମା ବନ୍ଦ: ୨ ମାସର ଦରମା ଓ ପୂଜା ଅଗ୍ରୀମ ଦେବା ପାଇଁ ଦାବିପତ୍ର

ଖୋର୍ଦ୍ଧା: ‌ତିନି ଦଫା ଦାବି ନେଇ ଖୋର୍ଦ୍ଧା ବ୍ଲକର ଶିକ୍ଷକଶିକ୍ଷୟିତ୍ରୀମାନେ ସେପ୍ଟେମ୍ବର ମାସରେ ସମୂହ ଛୁଟି ନେଇ ୧୦ ଦିନ ଆନ୍ଦୋଳନ କରିଥିଲେ। ବର୍ତ୍ତମାନ ବିଭାଗୀୟ ନିର୍ଦ୍ଦେଶାନୁସାରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ସେପ୍ଟେମ୍ବର, ଅକ୍ଟୋବର ମାସର ଦରମା ବନ୍ଦ କରାଯାଇଛି। ଏନେଇ ଆଜି ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି।

ଆଜି ସଂଘର ସଭାପତି ସ୍ବପ୍ନେଶ୍ବର ପ୍ରଧାନ, ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମ‌ାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଭେଟି ଦୁଇ ମାସର ଦରମା ଓପୂଜା ଅଗ୍ରୀମ ପ୍ରଦାନ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ସଂଗଠନର ରାଜ୍ୟ କର୍ମକର୍ତ୍ତା ଅଗାଧୁ ଚରଣ ସେଠୀ କହିଛନ୍ତି ଯେ ବ୍ଲକର ଶିକ୍ଷକଶିକ୍ଷୟିତ୍ରୀମାନେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁସାରେ ୧୩ ସେପ୍ଟେମ୍ବର ଠାରୁ ୨୩ ସେପ୍ଟେମ୍ବର ସମୂହ ଛୁଟିରେ ଯିବା ସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ୨୪ ତାରିଖ ରବିବାର ଛୁଟି ଥିବାରୁ ୨୫ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୦ ତାରିଖ ପୂର୍ବରୁ ଅଗ୍ରୀମ ଦରମା ଓ ପୂଜା ଅଗ୍ରୀମ ପାଇବା କଥା, କିନ୍ତୁ ଏହା ଦିଆଯାଇନାହିଁ। ଶିକ୍ଷକଶିକ୍ଷୟିତ୍ରୀଙ୍କ ସମୂହ ଛୁଟିକୁ ଗ୍ରହଣ କରାଯାଇନାହିଁ, ଫଳରେ ସେପ୍ଟମ୍ବର ମାସର ଦରମା ବନ୍ଦ ରହିଛି। ଯଦି ଦୁଇ ମାସର ଦରମା ସହ ପୂଜା ଅଗ୍ରୀମ ଦିଆନଯାଏତେବେ ବ୍ଲକ ସଂଗଠନ ପୁଣି ଆନ୍ଦୋଳନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe