ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢିବ

Advertisment
ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢିବ

ଭୁବନେଶ୍ବର: ସର୍ଭିସ ପ୍ରୋଭାଇଡର ଏଜେନ୍ସି ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି | ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ମୁତାବକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ସହ ମାସ ଶେଷକୁ ଯେପରି ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅଭିଜ୍ଞତା ଥିବା କର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକହଜାର ଟଙ୍କା ମିଳିବ | ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ । ଆଉଟସୋର୍ସିଂ କର୍ମଚାରୀ ତଥା ସର୍ଭିସ ପ୍ରୋଭାଇଡର ଏଜେନ୍ସିଙ୍କର ଅଭିଯୋଗ ଶୁଣାଣୀ ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ । ଯେଉଁ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe