ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ର ୨୩ ପଂଚାୟତରେ ରବିବାର ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ହୋଇଥିବା ବେଳେ ସାଲେଦମକି ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ସାଇପାଲି ବ୍ଲକ ଅନ୍ତର୍ଗତ ସାଲେଦମକି ଏକ ଛୋଟ ଗ୍ରାମ। ଏଠାରେ ଭୋଟର ସଂଖ୍ୟା ୩ ଶହ ରହିଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଉଚ୍ଛେଦ ହୋଇଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ପଂଚାୟତରେ ସରପଂଚ ଓ ସମିତି ସଦସ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ତେଣୁ ଉକ୍ତ ଗ୍ରାମବାସୀ ତଥା ଅଭିଭାବକବୃନ୍ଦ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ପରିଷଦ ଭୋଟକୁ ବର୍ଜନ କରିଛନ୍ତି। ପୁଲିଂ ପାର୍ଟି ଗ୍ରାମକୁ ପହଂଚି ନିର୍ଦ୍ଧାରିତ ଭାବରେ ମତଦାନ ପାଇଁ ପ୍ରସ୍ତୁତ ରହିଥିବା ବେଳେ କୈାଣସି ଗ୍ରାମବାସୀ ଭୋଟ ଦେବାକୁ ଆସି ନ ଥିଲେ।
Follow Us