ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଏଫଏମ୍‌ଟି ବିଭାଗ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ

Advertisment
ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଏଫଏମ୍‌ଟି ବିଭାଗ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଏସ୍‌ସିବି ମେଡ଼ିକାଲ କଲେଜ ଏଫ୍‌ଏମଟି ବିଭାଗ ଡାକ୍ତର ଆର. ସ୍ୱାଇଁ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍‌ ଆନନ୍ଦ ନାରାୟଣ ମହାରଣାଙ୍କ ଇଜିଲାସରେ ମାମଲାର ଶୁଣାଣି ସମୟରେ ଡାକ୍ତର ସ୍ୱାଇଁ ହାଜର ହୋଇ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସଂପର୍କରେ ବୟାନରେ କହିଥିଲେ। ସେ ଅଭିଯୁକ୍ତଙ୍କ ପିନ୍ଧା ଲୁଙ୍ଗି ଓ ଅନ୍ୟ ବସ୍ତ୍ର ପ୍ରାଥମିକ ଯାଞ୍ଚ କରି ଯେଉଁ ତଥ୍ୟ ପାଇଥିଲେ ସେ ସଂପର୍କରେ କହିଥିଲେ। ଗତ କାଲି ପୀଡିତା ନାବାଳିକାଙ୍କ ପ୍ରଥମେ ଚିକିତ୍ସା କରିଥିବା ସାଲେପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏସ୍‌.ଯାଜୋଡିଆ ଓ ଶବବ୍ୟବଚ୍ଛେଦ କରିଥିବା ଏସସିବି ମେଡିକାଲର ଡାକ୍ତର ଅମରେନ୍ଦ୍ର ନାୟକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଅକ୍ଷୟ କୁମାର ନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮, ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁ କନ୍ୟାଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ଚିକିତ୍ସିତ ଅବସ୍ଥାରେ ଏପ୍ରିଲ୨୯ ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସାଲେପୁର ଥାନା ପୁଲିସ ଭାରତୀୟ ପିଙ୍ଗଳ ଆଇନର ଦଫା ୩୭୬(ଏ),(ବି), ୩୦୨, ୩୬୩ ଏବଂ ପୋକ୍ସ ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମେ’ ୧୧ରେ ଅଦାଲତରେ ଏହି ମାମଲାର ଚର୍ଜସିଟ ଦାଖଲ ହୋଇଥିଲା। ୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ମାମଲା ରୁଜୁ ହେବାର ମାତ୍ର ୨୧ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଏହି ମାମଲାରେ ୪୬ ଜଣ ସାକ୍ଷୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe