ସାଲେପୁର ବିଧାୟକଙ୍କୁ କରୋନା: ପିଏସ୍‌ଓ, ଡ୍ରାଇଭର୍‌ ମଧ୍ୟ ସଂକ୍ରମିତ

କୋଲକାତାରେ ପ୍ରତି ଦୁଇ ଜଣଙ୍କ ନମୁନାରେ ଜଣେ ପଜିଟିଭ୍‌

TrialSite News

କଟକ: ନୀଳଗିରି ବିଧାୟକଙ୍କ ପରେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପିଏସ୍‌ଓ (ଏପିଆର କନେଷ୍ଟବଳ) ଓ ଡ୍ରାଇଭର୍‌ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ବେ‌ହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚିନ୍ତା ବଢ଼ିଯାଇଛି। ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ, ପଦସ୍ଥ ସରକାରୀ ଅଧିକାରୀ, କଟକ, ଟାଙ୍ଗୀ-ସାଲେପୁର ଅଂଚଳର ଶତାଧିକ କର୍ମୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେ କିଛିଦିନ ତଳେ ପିକୋଳ ପଂଚାୟତରେ ଏକ ଭୋଜି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ। ଗତମାସରେ ଅନୁଷ୍ଠିତ

‘ଲକ୍ଷ୍ମୀ’ ଯୋଜନାରେ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଆଜି ମଧ୍ୟ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବୋଲି ଶୁଣାଯାଉଛି। ଫଳରେ, ବିଧାୟକଙ୍କ ସହିତ କେଉଁମ‌ାନେ ସଂସ୍ପର୍ଶରେ ଆସିଛନ୍ତି, ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବିଧାୟକଙ୍କ ପିଏସ୍‌ଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଂଚଳରେ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ସେହିଭଳି, ତାଙ୍କ ଡ୍ରାଇଭର୍‌ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବାବେଳେ ବିଧାୟକଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe