India Rail Info
ବାରିପଦା : କରୋନା ପାଇଁ ଗତ ୨୦୨୦ ମାର୍ଚ୍ଚରୁ ବନ୍ଦ ଥିବା ସାଲିମାର-ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ପୁଣି ଥରେ ଚଳାଚଳ ଆରମ୍ଭ କରିବ। ଏହି ୦୮୦୦୭ ଅପ୍ ଏକ୍ସପ୍ରେସ୍ ଆସନ୍ତା ଅଗଷ୍ଟ ୩ ମଙ୍ଗଳବାର ଅପରାହ୍ନ ୪.୨୫ ମିନିଟରେ ସାଲିମାର ଷ୍ଟେସନରୁ ତାର ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିବ।
ଟ୍ରେନ୍ଟି ପଶ୍ଚିମବଙ୍ଗର ସନ୍ତ୍ରାଗାଛି, ବାଗନାନ, ପାଁଶକୁଡ଼ା, ଖଡ଼ଗପୁର, ବେଲଦା, ଓଡ଼ିଶାର ଜଳେଶ୍ୱର, ବସ୍ତା, ରୁପ୍ସା, ଯୁଗପୁରା, ବେତନଟୀ, କୃଷ୍ଣଚନ୍ଦ୍ରପୁର, ଜାମଶୋଳ, ବାରିପଦା ଷ୍ଟେସନ ହୋଇ ରାତି ୯.୩୦ ମିନିଟରେ ଭଞ୍ଜପୁର ଷ୍ଟେସନରେ ପହଞ୍ଚିବ। ୦୮୦୦୮-ଡାଉନ ଭଞ୍ଜପୁର-ସାଲିମାର ସାପ୍ତାହିକ ଏକ୍ସପ୍ରେସ୍ ବୁଧବାର ସକାଳ ୬.୧୫ ମିନିଟରେ ଭଞ୍ଜପୁର ଷ୍ଟେସନରୁ ଛାଡ଼ି ମଧ୍ୟାହ୍ନ ୧୨.୧୫ରେ ସାଲିମାର ଷ୍ଟେସନରେ ପହଞ୍ଚିବ। ୦୮୦୦୭ ଅପ୍ ଏକ୍ସପ୍ରେସ ପ୍ରତ୍ୟେକ ସପ୍ତାହର ସୋମବାର, ମଙ୍ଗଳବାର ଓ ବୁଧବାର ଅପରାହ୍ନ ୪.୨୫ ମିନିଟ ସମୟରେ ସାଲିମାର ଷ୍ଟେସନରୁ ଓ ୦୮୦୦୮ ଡାଉନ୍ ଭଞ୍ଜପୁର-ସାଲିମାର ସାପ୍ତାହିକ ଏକ୍ସପ୍ରେସ୍ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଭଞ୍ଜପୁର ଷ୍ଟେସନରୁ ଛାଡ଼ିବ। ଏଥିପାଇଁ ଦକ୍ଷିଣ-ପୂର୍ବ ରେଳବାଇ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
Follow Us