କରୋନା ମୁକାବିଲା ପାଇଁ ଓଡ଼ିଆଙ୍କୁ ସଚେତନ କଲେ ସଲମନ

Advertisment
କରୋନା ମୁକାବିଲା ପାଇଁ ଓଡ଼ିଆଙ୍କୁ ସଚେତନ କଲେ ସଲମନ

Gulf News

ଭୁବନେଶ୍ବର : ଓଡ଼ିଶାବାସୀଙ୍କୁ ଓଡ଼ିଆ ଭାଷାରେ ସମ୍ବୋଧନ ସହ କରୋନା ମୁକାବିଲା ପାଇଁ ସଚେତନ ରହିବାକୁ ନିବେଦନ କରିଛନ୍ତି ବଲିଉଡ୍‌ର ଭାଇଜାନ ସଲମନ ଖାନ୍‌।

ଏକ ଭିଡିଓ ବାର୍ତ୍ତାରେ ସଲମନ ଓଡ଼ିଆରେ ସମ୍ବୋଧନ କରି କହିଛନ୍ତି, ମୋର ଓଡ଼ିଆ ଭାଇ ଭଉଣୀମାନଙ୍କୁ ସଲମନର ନମସ୍କାର। କିଛିଦିନ ତଳେ ହକି ବିଶ୍ବକପ ଅବସରରେ ମୁଁ ଆପଣଙ୍କ ନିକଟକୁ ଆସିଥିଲି। କରୋନା ପାଇଁ ଓଡ଼ିଶା ସରକାର ଆପଣଙ୍କୁ ଯେଉଁ ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି, ଆପଣ ଦୟାକରି ସେସବୁକୁ ମାନନ୍ତୁ। ଛିଙ୍କ, ଛୁଇଁବାରୁ ଏହା ବ୍ୟାପିଥାଏ। ତେଣୁ କାହାକୁ ନ ଛୁଇଁ ଦୂରତା ବଜାୟ ରଖିବା ସହ ହାତକୁ ବାରମ୍ବାର ଧୋଇବାକୁ କହିଛନ୍ତି। ଯଦି ଆପଣଙ୍କର ସେମିତି କୌଣସି ଜରୁରୀ କାମ ନାହିଁ ତେବେ ଘରୁ ବାହାରନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କ ସଚେତନତା ନିମନ୍ତେ ଏହି ଭିଡିଓଟି ପ୍ରସ୍ତୁତ କରାଯାଇଛି।

ସଲମନ ଏକଥା ମଧ୍ୟ କହିଛନ୍ତି, ଆପଣ ଯଦି ନିଜର ଯତ୍ନ ନେବେ ତେବେ ତାହା ଅନ୍ୟର ଯତ୍ନ ନେବା ସାଙ୍ଗେ ସମାନ। ମାତ୍ର ଅଳ୍ପ ଦିନର କଥା। ତେଣୁ ସମସ୍ତ ନିୟମକୁ ଅନୁକରଣ କରନ୍ତୁ। ଆସନ୍ତୁ ମିଳିମିଶି ଆମେ ଏ ଭୂତାଣୁକୁ ମାରିଦେବା। ଏଥି‌ସହ ସେ ଶେଷରେ ପୁଣି ଓଡ଼ିଆରେ କହିଥିଲେ ‘କରୋନାକୁ କର ନା’। ସଲମନଙ୍କ ଏହି ଭିଡିଓକୁ ଓଲିଉଡ୍‌ର ଲୋକପ୍ରିୟ ତାରକା ଓ ସାଂସଦ ଅନୁଭବ ମହାନ୍ତି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ ଧନ୍ୟବାଦ ଭାଇଜାନ ବୋଲି ଉଲ୍ଲେଖ କରି ଏହି ନିୟମ ଆମେ ନିଶ୍ଚିତ ପାଳନ କରିବା ବୋଲି କହିଛନ୍ତି। ଏଥିସହ ସେ ନିଜର ଏକ ଭିଡିଓରେ କହିଛନ୍ତି ଯେ, ମୁଁ ନବୀନ ସାର୍‌ଙ୍କ ମତରେ ସହମତ। ମୁଁ ପ୍ରତିଜ୍ଞା କରୁଛି ଯେ ଆଗକୁ ମଧ୍ୟ ସରକାରଙ୍କ ପ୍ରତ୍ୟେକ ନିର୍ଦେଶ ମାନିବି। ଆମ ହିତ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିୟମାବଳୀ ମାନି ସଚେତନ ରହିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe