ପାରାଦୀପ, ଏରସମାରେ କୂଳ ଲଂଘିଲା ସମୁଦ୍ର ଗାଁ ଭିତରକୁ ମାଡ଼ିଆସିଲା ଲୁଣାପାଣି

Advertisment

ବାତ୍ୟା ‘ଦାନା’ ଗତକାଲି ରାତିରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଭିତରକନିକା, ଜଗତସିଂହପୁର ଜିଲ୍ଲାର ପାରାଦୀପ, କୁଜଙ୍ଗ ଓ ଏରସମା ଅଞ୍ଚଳରେ ପ୍ରଭାବ ଦେଖାଇବାକୁ ଆରମ୍ଭ କରିଛି।

ବାତ୍ୟା ‘ଦାନା’ ଗତକାଲି ରାତିରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଭିତରକନିକା, ଜଗତସିଂହପୁର ଜିଲ୍ଲାର ପାରାଦୀପ, କୁଜଙ୍ଗ ଓ ଏରସମା ଅଞ୍ଚଳରେ ପ୍ରଭାବ ଦେଖାଇବାକୁ ଆରମ୍ଭ କରିଛି।

dgjgdgjgj

କଟକ/ରାଜନଗର/ଜଗତସିଂହପୁର: ବାତ୍ୟା ‘ଦାନା’ ଗତକାଲି ରାତିରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଭିତରକନିକା, ଜଗତସିଂହପୁର ଜିଲ୍ଲାର ପାରାଦୀପ, କୁଜଙ୍ଗ ଓ ଏରସମା ଅଞ୍ଚଳରେ ପ୍ରଭାବ ଦେଖାଇବାକୁ ଆରମ୍ଭ କରିଛି। ପାରାଦୀପରେ ଏ ପର୍ଯ୍ୟନ୍ତ ସର୍ବାଧିକ ୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ଅଳ୍ପ, ବହୁତ ବର୍ଷା ଲାଗି ରହିଛି। ରାଜନଗରର ବିଭିନ୍ନ ସ୍ଥାନରେ ଗଛଡାଳ ଉପୁଡି ରାସ୍ତା ଅବରୋଧ ହୋଇଥିବା ବେଳେ ପାରାଦୀପ, କୁଜଙ୍ଗ ଅଞ୍ଚଳରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଟିମ୍ ତୁରନ୍ତ ଗଛଡାଳ କାଟି ରାସ୍ତା ଅବରୋଧ ହଟାଉଛନ୍ତି। ରାଜନଗରର ଗୁପ୍ତି, ତାଳଚୁଆ, ଭିତରକନିକା, ନଳିତାପାଟିଆ-ଡାଙ୍ଗମାଳ ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାବେଳେ ତାଳଚୁଆ ନିକଟରେ ନଈରେ ଘଳିଆ ପଡ଼ିଥିବା ଦେଖିବାକୁ ମିଳିଛି। ସାତଭାୟା ଅଞ୍ଚଳରେ ଗାଁ ଭିତରକୁ ଲୁଣାପାଣି ମାଡ଼ି ଆସିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପୁଲିସ ଡିଆଇଜି ଚରଣସିଂହ ମୀନା, ଜିଲ୍ଲାପାଳ ଓ ଏସପି ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ରାଜନଗର ଅଞ୍ଚଳରେ ପ୍ରାୟ ୧୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବର୍ଷାପବନରେ ଗଛ ଉପୁଡ଼ିଲା
ପାରାଦୀପରେ ସର୍ବାଧିକ ୬୩ ମିମି ବର୍ଷା
   
ସେହିଭଳି ପାରାଦୀପ, କଟକ-ପାରାଦୀପ ରାସ୍ତାର ପଙ୍କପାଳ ଓ କୁଜଙ୍ଗ ଅଞ୍ଚଳରେ ଗଛ ଉପୁଡ଼ିବା ସହିତ ଡାଳ ଭାଙ୍ଗିଛି। ପାରାଦୀପରେ ସମୁଦ୍ର ଜୁଆରିଆ ରହିଥିବା ବେଳେ ଜୁଆର କୂଳ ଲଂଘୁଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାର ପାରାଦୀପ, କୁଜଙ୍ଗ, ଏରସମା ଓ ବାଲିକୁଦା ଅଞ୍ଚଳରେ ପ୍ରାୟ ୧୮ ହଜାର ୩୫୪ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୧୬୪ ଜଣ ଗର୍ଭବତୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୧ ଜଣଙ୍କର ପ୍ରସବ ହୋଇଥିବା ସୂଚନା ମିଳିଛି। ଆଜି ପାରାଦୀପରେ ମନ୍ତ୍ରୀ ସମ୍ପଦ ସ୍ବାଇଁ ବରିଷ୍ଠ ଅଧିକାରୀଙ୍କ ସହିତ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପଟେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୭୩ଟି ସ୍ଥାନରେ ମୁକ୍ତ ‌ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe