ଜନ୍ମମାଟିରେ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କୁ ସମ୍ବର୍ଦ୍ଧନା

Advertisment
ଜନ୍ମମାଟିରେ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର: ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପରେ ଆଜି କେନ୍ଦୁଝର ଫେରିଛନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୌରାଧ୍ୟକ୍ଷା ନିକୁ ସାହୁଙ୍କ ଅଧ୍ୟକ୍ଷତାରେ ଆଟୋପୁରଠାରେ ଆୟୋଜିତ ସଭାରେ ୟୁଥ୍ କ୍ଲବ୍‌ ସଭାପତି ପ୍ରଶାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ସନ୍ଦୀପ କୁମାର ବେହେରା, କେନ୍ଦୁଝର ନାଗରିକ ମଞ୍ଚର ରାମନାରାୟଣ ଦ୍ୱିବେଦୀ, ଅବସରପ୍ରାପ୍ତ ସୈନିକ ସଂଘର  ବଳଭଦ୍ର ସାହୁ, ଆର୍‌ଏସ୍‌ଏସ୍‌ ଜିଲ୍ଲା ପ୍ରମୁଖ କୈଳାସ ଚନ୍ଦ୍ର ମହାପାତ୍ର, ରୋଟାରି କ୍ଲବ୍‌ର ବସନ୍ତ କୁମାର ଦାନୀ, ପ୍ରଣତି ମହାପାତ୍ର, କ୍ରୀଡ଼ାବିତ ବିପିନ ବିହାରୀ ଦାଶ, ଭରତ ଚନ୍ଦ୍ର ପାତ୍ର, କାଉନସିଲର ଶରତ କୁମାର ସାହୁ, ନିହାର ରଞ୍ଜନ ଦାସ, ମୀତା ମହାନ୍ତି, ଇନ୍ଦୁମତି ମିଶ୍ର, ସାମ୍ବାଦିକ ପ୍ରଦୀପ ମହାନ୍ତି, ଶରତ ଜେନା, ସନ୍ତୋଷ ମହାପାତ୍ର, ନିର୍ମଳ ବାରିକ, ଅଭୟ ମହାପାତ୍ର, ଦେବଦର୍ଶନ ଦାଶ, ସତ୍ୟଜିତ ମିଶ୍ର, ସୁଦର୍ଶନ ସ୍ୱାଇଁ, ବିଭୂତି ଭୂଷଣ ଦାଶ, ଦୁର୍ଗାଚରଣ ରାଉଳ ଯୋଗଦେଇ ଶ୍ରୀ କୁଅଁରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ମାନ କେନ୍ଦୁଝର ଜିଲ୍ଲାବାସୀଙ୍କର।

ଏହି ସମ୍ମାନ ଯୋଗୁଁ କେନ୍ଦୁଝରର ନାମକୁ ସେ ଦିଲ୍ଲୀ ଦରବାରରେ ପହଞ୍ଚାଇ ପାରିଛନ୍ତି ବୋଲି ଶ୍ରୀ କୁଅଁର ପ୍ରକାଶ କରିଥିଲେ। ସାମ୍ବାଦିକ ଦେବାଶିଷ ମିଶ୍ର ଓ କ୍ଲବ୍‌ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ପୁରୁଣାସହରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଓକିଲ ସଂଘ ସଭାପତି ଅଶୋକ ଦାସ, ଦୁର୍ଗାପୂଜା କମିଟି, ଗୋପାଳଜିଉ ମଠ, ଭୂୟାଁ ସାଂସ୍କୃତିକ ସଂଗଠନ ସଭାପତି ହରିଶଙ୍କର ନାୟକ, କୁମଳଣି ମହାରଣା, ପୂର୍ବତନ କାଉନସିଲର ଶ୍ୟାମସୁନ୍ଦର ନାୟକଙ୍କ ସମେତ ଗୋପାଳଜିଉ ପାଠାଗାର, ଇଲେଭେନ୍ ବୁଲେଟ୍‌ କ୍ଲବ, ଘୁଙ୍ଗୁର କ୍ଲବ୍‌, ଅଙ୍କୁଶ କ୍ଲବ୍‌, ରଘୁନାଥଜିଉ କମିଟି ତରଫରୁ ଶ୍ରୀ କୁଅଁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବକିଶୋର ସାହୁ, ଭରତ ଚନ୍ଦ୍ର ପାତ୍ର, ସତ୍ୟଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe