କରୋନା ମୁକାବିଲା ପାଇଁ ‘ସମାଧାନ ଚାଲେଞ୍ଜ’, ୧୪ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ

Advertisment
କରୋନା ମୁକାବିଲା ପାଇଁ ‘ସମାଧାନ ଚାଲେଞ୍ଜ’, ୧୪ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ

Fresherslive

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସହାୟତାରେ ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବୈଷୟିକ ସମାଧାନ ସହ ଦୈନନ୍ଦିନ ଜୀବନରେ ଲୋକେ ସାମ୍ନା କରୁଥିବା ସମସ୍ତ ସମସ୍ୟାର ସମାଧାନର ରାସ୍ତା ଖୋଜାଯିବ। ଏଥିପାଇଁ ସାରା ଦେଶରେ ‘ସମାଧାନ ଚ୍ୟାଲେଞ୍ଜ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି। ଲକ୍‌ଡାଉନ୍ ସମୟର ସଦୁପଯୋଗ କରି ପିଲାମାନେ କିପରି ବିଜ୍ଞାନମନସ୍କ ହୋଇପାରିବେ ସେଥିପାଇଁ ମନ୍ତ୍ରଣାଳୟ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି।

ଏପ୍ରିଲ ୭ରୁ ଏନେଇ ଆବେଦନ ଆରମ୍ଭ ହୋଇଛି। ପିଲାମାନେ ୧୪ ତାରିଖ ସୁଦ୍ଧା ନିଜର ଗବେଷଣାଧର୍ମୀ ଚିନ୍ତାଧାରା ବିଷୟରେ ଏଥିରେ ଆବେଦନ କରି ପାରିବେ। ଯେଉଁ ଛାତ୍ରଛାତ୍ରୀ ଭଲ ସମାଧାନର ରାସ୍ତା ଦେଖାଇଥିବେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ଆସନ୍ତା ୧୭ ତାରିଖ ଘୋଷଣା କରାଯିବ। ଶ୍ରେଷ୍ଠ ଚୂଡ଼ାନ୍ତ ବିଜେତାଙ୍କ ତାଲିକା ଏପ୍ରିଲ ୨୪ ଓ ୨୫ରେ ଅନ୍‌ଲାଇନ୍ ବିଚାରକଙ୍କ ଦ୍ୱାରା ବିଜେତାଙ୍କ ନାମ ଘୋଷଣା ହେବ।

ସାରା ଦେଶର ଛାତ୍ରଛାତ୍ରୀ ମତାମତ ଓ ନିଜର ସମାଧାନ ସୂତ୍ର ଦେଇପାରିବେ। ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଶିକ୍ଷୟିତ୍ରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ମାର୍ଗ ବାବଦରେ ଗବେଷଣା କରିବେ ଏବଂ ସମାଧାନର ରାସ୍ତା ବାହାର କରିବେ। ପରେ ଏହାକୁ ନେଇ ସମାଧାନ ଚ୍ୟାଲେଞ୍ଜ ମନ୍ତ୍ରଣାଳୟ ମାଧ୍ୟମରେ ଆବେଦନ କରିବେ। ଯାହାକି ଭବିଷ୍ୟତରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ସେବା, ଡାକ୍ତରଖାନା ସହ ବିଭିନ୍ନ ଅତ୍ୟାବଶ୍ୟକ ସେବାରେ ସହାଯ୍ୟ କରିବ। ଆଗାମୀ ଦିନରେ କରୋନା ଭଳି ସମସ୍ୟାର ସମାଧାନରେ ଲାଗିପାରିବ। ଛାତ୍ରଛାତ୍ରୀଙ୍କୁ ବ୍ୟସ୍ତ ରଖିବାକୁ ନୁହେଁ, ବରଂ ଜନସାଧାରଣଙ୍କୁ ସଚେତନତା କରିବା ମଧ୍ୟ ‘ସମାଧାନ ଚ୍ୟାଲେଞ୍ଜ’ର ଆଭିମୁଖ୍ୟ ବୋଲି କୁହାଯାଇଛି। ଫର୍ଜ ଓ ଇନୋଭେସିଓ କୁୟରିଜ୍ ସହଭାଗିତାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଉଦ୍ଭାବନ ସେଲ୍, ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନର ମିଳିତ ଉଦ୍ୟମରେ ଏଭଳି ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe